#Breaking News

ତୁମୁଡିବନ୍ଧ ବ୍ଲକ ରେ ବିଡିଓ – ଅଧ୍ଯକ୍ଷଙ୍କ ମଧ୍ୟରେ ବିବାଦ !ଉନ୍ନୟନ କାର୍ଯ୍ୟ ଠପ


ଫୁଲ ବାଣୀ-୧୩/୯ କନ୍ଧମାଳ ଜିଲ୍ଲାର ମାଓ ଅଞ୍ଚଳରେ ଥିବା ତୁମୁଡିବନ୍ଧ ବ୍ଲକ ରେ ଉନ୍ନୟନ୍ନ କମ ରାଜନିତୀ ଯୋର ହେଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ୩/୪ ମାସ ରହିଛି । ପଦପଦବୀରେ ଥିବା ଲୋକପ୍ରତିନିଧିମାନେ ଆଉ ବିଜୟୀ ହେବେ କି ନାହିଁ ଏବେଠୁ କହିବା ମୁସ୍କିଲ । ଏଣୁ, ଔଷଧ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟରେ ଯେ କୌଣସି ପ୍ରକାରେ ବ୍ଲକ ଓ ପଂଚାୟତ ଅର୍ଥ ଖର୍ଚ କରି ନିଜ ଲୋକକୁ କାମ ଦେଇ ଭଲ ଦି ପଇସା ରୋଜଗାରକରିବା ସମସ୍ତଙ୍କ ଲକ୍ଷ୍ୟ । କେଉଁ ମୁହୁର୍ତ୍ତରେ ସରକାର ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ ଜାଣି ହେଉନି।ତାରିଖ ଘୋଷଣା ହେଲେ ପାୱ। ର ପଳାଇବ।
ଯନ୍ତ୍ରୀ ,ବିଡି ଓ ଆଉ ସେମାନଙ୍କ କଥା ମୋଟେ ଶୁଣିବେନି । ଏହାକୁ ନେଇ ଏବେ ତୁମୁଡିବନ୍ଧ ବ୍ଳକରେ ବିଡିଓ – ଅଧ୍ୟକ୍ଷଙ୍କ ମଧ୍ଯରେ ତୁ ତୁ..ମେ ମେ..ଚାଲିଥିବା ଶୁଣିବାକୁ ମିଳୁଛି ।
ବ୍ଳକରେ ଅଛନ୍ତି ମହିଳା ବିଡିଓ । ସେ ପୁଣି ଜିଲ୍ଲାର । ମାତ୍ର ବର୍ଷଟିଏ ହେଲା ଆସିଛନ୍ତି ।ପିସିର ଘୋର ବିରୋଧୀ ସିଏ କୁ ଆଡେ?ପଇସାଟିଏ ସରକାରୀ ଅର୍ଥ ମଧ୍ୟ ନିଅନ୍ତିନି ।
ଶତପ୍ରତିଶତ ସଚୋଟ ଓ କାମିକିଆ ମଧ୍ୟ ।
ତେବେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହଁ।ନ୍ତି ଯନ୍ତ୍ରୀ ଓ ଲୋକପ୍ରତିନିଧି ।
ଫଳରେ ଏହାକୁ ନେଇ ବିବାଦ ଚାଲିଛି ଏହି ବ୍ଳକରେ ।
ନିକଟରେ ବେଲଘର ପଞ୍ଚାୟତ ପିଇଓକୁ ଆଡେ ମୃତ ଲୋକମାନଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡପ କରିଆସୁଥିଲେ।
ଏହି ଘଟଣାକୁ କିଛି ଲୋକ ଚପାଇଦେବା ଲାଗି ଚାହୁଁ ଥିବାବେଳେ କିଛି ଲୋକ ଖବର କୁ ଭାଇ ର । ଲ କରିଥିଲେ । ଫଳରେ ଏ ସଂପର୍କରେ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସତ୍ୟାସତ୍ୟ ଜଣ। ପଡିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲିବ୍ଲକ ଅଧିକାରୀ କହୁଥିବାବେଳେ
ବିଡିଓ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅର୍ଭିଯୋଗ କରି ଗୋଟିଏ ଗୋଷ୍ଠୀବିଡ଼ିଓ ଙ୍କ ବଦଳୀଦାବୀକରିବା ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିବାବେଳେ ଆଉ ଏକ ଗୋଷ୍ଠୀ ସଚ୍ଚୋଟ ବିଡିଓଙ୍କୁ ରଖିବାକୁ ଲବି ଚଳାଇଛନ୍ତି । ଏପରି ସ୍ଥଳେବ୍ଲକ ରେ ଉନ୍ନୟନ୍ନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।
ତେବେ ବ୍ଳକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଚାଲିଥିବା ଭତ୍ତା ଟଙ୍କାହଡପ ଘଟଣା ରତଦନ୍ତ କରି ସତ୍ୟାସତ୍ୟ ଜାଣିବା ପାଇଁ କଂଗ୍ରେସର ଏକ ଟିମ ବେଲଘର ଯାଉଥିବା କଥା କଂଗ୍ରେସ ନେତା ତଥା ଏଆଇସିସି ସଦସ୍ୟ ଘନଶବର ସୁଚନା ଦେଇଛନ୍ତି ।
ସେହିପରି କଂଗ୍ରେସ ର ଏକଟିମ ମୁଖ୍ୟଶାସନ ସଚିବଙ୍କୁ ମଧ୍ଯ ଭେଟି କାର୍ଯ୍ୟାନୁଷ୍ଠାନ ଦାବୀ କରିବ ବୋଲିଦଳର ରାଜ୍ୟ ସମ୍ପାଦକ କୈଳାସ ମୁଖି ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *