ଦିଶା’ ର ତୃତୀୟ ବୈଠକ
Udaya_Labanya | September 13, 2021 | 17 views |0 | Breaking News
‘
ବରଗଡ଼ ୧୩/୯(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାର ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା ସମିତି ‘ଦିଶା’ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନା ର ସଫଳ ରୂପାୟନ ସଂପର୍କରେ ଆଲୋଚନା କରାଯିବା ସହ ତାହା ହିତାଧିକାରୀମାନଙ୍କ ନିକଟରେ ଠିକ୍ ଭାବରେ ପହଞ୍ଚି ପାରୁଛି ନା ନାହିଁ ସେ ଉପରେ ସମୀକ୍ଷା ଓ ତଦାରଖ କରାଯାଇ ଥିଲା। ସେହିପରି ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଅଭାବରୁ ଦେଖାଦେଇଥିବା ମରୁଡି ସ୍ଥିତି ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଜିଲ୍ଲାପାଳ ମନୀଷା ବାନାର୍ଜୀ, ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।