#Breaking News

ଉଦ୍‌ଘାଟନ ଅପେକ୍ଷାରେ ୧୧ ସ୍କାର୍ଟ ସ୍କୁଲ


ଫୁଲବାଣୀ-୧୬/୯(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ସ୍କାର୍ଟ ସ୍କୁଲ କାମ ଯୋରସୋରରେ ଚାଲିଛି। ଅଧିକାଂଶ ସ୍କୁଲ କାର୍ଯ୍ୟ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚି ଗଲାଣି। କେବଳ ଉଦ୍‌ଘାଟନକୁ ଅପେକ୍ଷା ।
କନ୍ଧମାଳ ଜିଲ୍ଲାରେ ରାଜ୍ୟସରକାର ୧୧ଟି ସରକାରୀ ଉଚ୍ଚବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା କରିଛନ୍ତି।
ଏହାପରେ ଏହି ସ୍କୁଲଗୁଡ଼ିକର ରୁପାନ୍ତରଣକାର୍ଯ୍ୟ ପ୍ରଶାସନ ପକ୍ଷରୁ ଜୋରସୋରରେ ଆରମ୍ଭ ହୋଇଥିଲା କ୍ଲାସ
ରୁ ମ ଗୁଡିକ ସ୍ମାର୍ଟ ହୋଇଥିବା ସହ କ୍ଲାସ ରୁ ମରେ ଏଲଇଡିଟିଭି, ଅତ୍ୟାଧୁନିକ ଚେୟାର ଟେବୁଲ, ଫ୍ୟାନ, ଲାଇଟ, ସିଲଙ୍ଗ, ଆଦି ନାମୀଦାମୀ ଉପକରଣ ଲଗାଯାଇଛି। ଏଥି ସହିତ ସ୍କୁଲର ଅଫିସ ରୁମ.ଲାବରୁ ମ’ ଲାଇବ୍ରେରୀରୁ ମଗୁଡିକ ମଧ୍ୟ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହୋଇଛି । ପିଲାଙ୍କ କଂପ୍ୟୁଟର ଶିକ୍ଷା ପାଇଁ ନୂତନ କଂପ୍ୟୁଟର ମଧ୍ୟ ଅଣାଯାଇଛି। ଏଥି ସହ ନୂତନ ଶୌଚାଳୟ ମଧ୍ୟ ନିର୍ମାଣ ହୋଇଥିବାବେଳେ ସୁନ୍ଦର ବଗିଚା, ପାଚେରୀ, ଓ ଗେଟ ଆଦି ନିର୍ମାଣ ହୋଇଛି। ଏଥିପାଇଁ ଗୋଟିଏ ଗୋଟିଏ ସ୍କୁଲରେ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ କରାଯାଇଛି। ଏ ସବୁ ସ୍ମାର୍ଟ ହାଇସ୍କୁଲରେ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯିବା ସହ ସେମାନଙ୍କୁ ସ୍ମାର୍ଟ କରିବାଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।
ଏହା ଦ୍ଵାରା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସରକାରି ସ୍କୁଲ ପ୍ରତି ଆଗ୍ରହ ବଢିବ ବୋଲି ସରକାର ଭାବୁଛନ୍ତି । ହେଲେ ସ୍ମାର୍ଟ ସ୍କୁଲଗୁଡିକରେ ସବୁ କ୍ଷେତ୍ରରେଦକ୍ଷତା ଓ ପାଠପଢ଼ାଇବା ପ୍ରତି ଆଗ୍ରହ ଥିବା ୟଙ୍ଗ ସ୍ମାର୍ଟ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଦକ୍ଷତା ଭିତ୍ତିରେନିଯୁକ୍ତି ଦେବା ଜରୁରୀ। ନଚେତ ଏ ସବୁ ହାଇସ୍କୁଲରେ ଲବି କରି ଦୀର୍ଘବର୍ଷ ଧରି ପୂର୍ବରୁ ରହିଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ବଦଳ।ଇନୂତନ ଶିକ୍ଷକଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ନ ଦେଲେ ସ୍ମାର୍ଟ ସ୍କୁଲର ମାନେ କିଛି ନାହିଁ, ସରକାରଙ୍କ କୋଟି କୋଟି ଅର୍ଥ ବ୍ୟୟ ହେବ । ସାର ସିନା ହେବ କୌଣସି ସୁଫଳ ମିଳିବନି । କେବଳ ବୋର୍ଡରେ ହିଁ ସିମୀତ ହୋଇ ରହିଯିବ ଏହି ସ୍ମାର୍ଟ ସ୍କୁଲ ଯୋଜନା ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଛନ୍ତି ।ଆସନ୍ତା ଅକଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଏସବୁ ସ୍ମାର୍ଟ ସ୍କୁଲ ଗୁଡିକୁ ମୁଖ୍ୟ ମନ୍ତ୍ରୀ ଭରଚୁଆଲ ମାଧ୍ୟମ ରେ ଉଦଘାଟନ କରିବେ lଫଳରେ କାର୍ଯ୍ୟ ର ଅଗ୍ରଗତି ନେଇ ଗଣ ଶିକ୍ଷା ସଚିବ ସତ୍ୟ ବ୍ରତ ସାହୁ ଗତ କାଲି କନ୍ଧମାଳ ଗସ୍ତ ରେ ଆସି କେତକ ସ୍କୁଲ ବୁଲି ଦେଖିବା ସହ ସମୀକ୍ଷା କରିଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *