ଦୁଇଦିନିଆ କନ୍ଧମାଳ ଗ୍ରସ୍ତରେ ରାଜ୍ୟ ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଲେ
Udaya_Labanya | September 16, 2021 | 18 views |0 | Breaking News
ଫୁଲବାଣୀ -16/9(ସୁନୀଲ ପଟନାୟକ )
ଦୁଇଦିନିଆ କନ୍ଧମାଳ ଗ୍ରସ୍ତରେ ଆସି ଛନ୍ତି ପଞ୍ଚାୟତରାଜ ବିଭାଗ ପ୍ରମୁଖ ଶାସନ ସଚିବ ଆର. କେ. ମିନା। ସଚିବ ମିନା ପହଁଚିବାପରେ ପ୍ରଥମେ ସ୍ଥାନୀୟ ଜିଲାପରିସଦ କକ୍ଷରେ ଜିଲାପାଳ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ
ଆକାକ୍ଷା ଜିଲା ଭାବେ କନ୍ଧମାଲଜ଼ିଲ୍ଲା ରେ ହେଉଥିବା ବି ଭିନ ଯୋଜନାର ସମୀକ୍ଷା କରିଥିଲେ। ଏହାପରେ ଅପରାହ୍ନରେ କ୍ଷେତ୍ର ପରିଦର୍ଶନରେ ଗଞ୍ଜଗୁଡାର ମିଶନ ଶକ୍ତି ଗୃହ ବୁଲି ଦେଖିବାସହ ଏସଏଜି ମହିଳା ମାନଙ୍କ ସହିତ କଥାହୋଇଥିଲେ। ନୂତନ ଭାବେ ନିର୍ମିତ ସାନିଟାରୀ କମ୍ପ୍ଲେକ୍ସ ର ଅଗ୍ରଗତି ନେଇ ପଚାରି ବୁଝିଥିଲେ। ସେହିଭଳି ବରପଦା ଠାରେ ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ମୋ ଉପକାରୀ ବଗିଚା ବୁଲି ଦେଖିବା ସହିତ ଖୁସି ବ୍ୟକ୍ତ କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଅନ୍ତର୍ଗତ ଘରକୁ ଘର ପାଣି ଟ୍ୟାପ ସଂଯୋଗୀକରଣ କୁ ମଧ୍ୟ ଦେଖିଥିଲେ। ଏମଜି ଏନଆର ଜିଏସଯୋଜନା ଅନ୍ତର୍ଗତ ଅଭୟ କହଁରଙ୍କ ମୋ ବଗିଚାକୁ ଦେଖିବା ସହିତ ଅନ୍ୟ ଚାଷୀମାଙ୍କୁ ଯୋଡିବାକୁ ପରାମର୍ଶ ଦେଇଥିଲେ।ଏହାସହିତମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ପିତା ବଳୀ ଅଗରବତୀ ଓ କନକଦୁର୍ଗା ସଂସ୍ଥାକୁ ଯାଇ ବୁଲି ଦେଖିବା ସହ ଆତ୍ମ ନିର୍ଭରଶୀଳ ହୋଇଥିବା ମା ମାନଙ୍କ ସହିତ ଆଲୋଚନା କରି ଥିଲେ। ସଚିବଙ୍କ ମିନା ଙ୍କ ସହିତ ଜିଲାପାଳ ଡାକ୍ତର ବୃନ୍ଦା ଡି, ଡିଆରଡିଏ ପ୍ରକଳ୍ପ ନିର୍ଦେ ଶକ ବିଶ୍ୱରଂଜନ ନାୟକ, ବି ଡି ଓ ଓ ଅନ୍ୟାନ୍ୟ ଜିଲା ସ୍ତରୀୟ ଅଧିକାରୀ ସାମିଲ ଥିଲେ l