ବସ୍ତି ବସିନ୍ଧା ଙ୍କ ଦୁଃଖ ପ୍ରଶାସନ ଶୁଣିବକି !

Udaya_Labanya | September 16, 2021 | 47 views |0 | Breaking News


ବରଗଡ଼: ବରଗଡ଼ ସହରର ନବକଳେବର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ରହୁ ଥିବା ଗରିବ ବସ୍ତିବସିନ୍ଧାଙ୍କ ଦୁଃଖ କହିବାକୁ ନାହିଁ । ପଂଚାୟତ କଲେଜ ପାଖ ୱାର୍ଡ ନଂ ୧୩, କନ୍ଧପଡା ଠାରେ ରହୁଥିବା ପ୍ରାୟ ୫୦ ପରିବାର ଙ୍କୁ ଏବେ ଉଚ୍ଛେଦ ଭୟ ଘାରିଛି । ଏମାନେ ଉକ୍ତ ସ୍ଥାନରେ ୧୯୭୨ ମସିହାରୁ ରହି ସରକାରଙ୍କ ସମସ୍ତ ମଙ୍ଗଳକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଆସିଛନ୍ତି କିନ୍ତୁ ଜଣେ ବ୍ୟକ୍ତି ଏହି ସ୍ଥାନକୁ ମୋର ରଇତି ବୋଲି କହି ଏହାକୁ ଖାଲି କରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଉପଜିଲ୍ଲାପାଳ ବରଗଡ଼ ଙ୍କୁ ଏହି ବିଷୟରେ ଏକ ସ୍ମାରକ ପତ୍ର ବସ୍ତିବାସୀ ଦେଇଛନ୍ତି । ପୌର ଓ ତହସିଲଦାର ଙ୍କ ଯୁଗ୍ମ ତଦନ୍ତ ପରେ ଆଗାମୀ ପଦକ୍ଷେପ ନେବାକୁ ଡେପୁଟି କଲେକ୍ଟର କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ବସ୍ତିବସିନ୍ଧା ପାଇଁ ଭୂମି ଅଧିକାର ଦେବାକୁ ଜାଗା ମିଶନ ଆରମ୍ଭ କରାଗଲା କିନ୍ତୁ ଏହି ଭୂମିହୀନ ଆଦିବାସୀ, ଦଳିତ, ମହିଳା, ବୃଦ୍ଧବୃଦ୍ଧା, ଛୋଟ ଛୁଆଙ୍କ ଥଇଥାନ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories