ଆଠଗଡ ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିତ,ବିଜେପି କର୍ମୀମାନେ ହନୁମାନ ମନ୍ଦିର ରେ କଲେ ଦୀପଦାନ
Udaya_Labanya | September 17, 2021 | 40 views |0 | Breaking News
ଆଠଗଡ(ଉଲାପ୍ର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିନ ଅବସରରେ ଆଠଗଡ ବିଜେପି ଦଳ ତରଫରୁ ସ୍ଥାନୀୟ ହନୁମାନ ମନ୍ଦିର ଠାରେ ଦୀପ ଦାନ କରାଯାଇଛି,ବିଜେପି ଦଳ ତରଫରୁ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ସାରା ଦେଶରେ ସାତଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି,ସାରା ଦେଶରେ ସାତଦିନ ଧରି ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ,ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ବରେ ହନୁମାନ ମନ୍ଦିର ଠାରେ ସାମୁହିକ ଦୀପ ଦାନ କରାଯାଇ ପ୍ରଧାନମନ୍ତ୍ରୀ ଙ୍କ ନିରାମୟ ଜୀବନ କାମନା କରାଯାଇଥିଲା,ଏହି ଦୀପ ଦାନ କାର୍ଯ୍ୟକ୍ରମ ରେ ରମାକାନ୍ତ ସେନାପତି, ନଚିକେତା ପରମାନିକ,ପ୍ରଦୀପ ମହାପାତ୍ର, ପ୍ରକାଶ ସେଠି,ଜଗଦାନନ୍ଦ ତ୍ରିପାଠୀ, ହେମନ୍ତ ମହାନ୍ତି,ବିଚିତ୍ରା ନନ୍ଦ ଜେନା ପ୍ରମୁଖ ଯୋଗଦେଇ ଥିଲେ,