କଟକ ରେ ପ୍ରଧାନମନ୍ତ୍ରୀ ଙ୍କ ୭୧ ତମ ଜନ୍ମଦିନ ପାଳିତ
Udaya_Labanya | September 17, 2021 | 21 views |0 | Breaking News
ନୂତନ ଭାରତର ବିଶ୍ଵକର୍ମା,ବିଶ୍ବର ଅଦ୍ୱିତୀୟ ଲୋକପ୍ରିୟ ନେତା ,ବର୍ତ୍ତମାନ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦିଜୀଙ୍କ ୭୧ ତମ ଜନ୍ମ ଦିବସରେ ଆଜି ଭାଜପା କଟକନଗର ତରଫରୁ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ବିଭିନ୍ନ ଉତ୍ସବ ଓ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ଵଛଭାରତ ପ୍ରମୁଖ ଶ୍ରୀ ମହେଶ ମହାନ୍ତିଙ୍କ ଉପସ୍ଥିତିରେ ସ୍ଥାନୀୟ ସମାଜ କାର୍ଯ୍ୟାଳୟରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବାପରେ କଟକନଗର ସ୍ଵଛଭାରତ ସଂଯୋଜକ ଶ୍ରୀ କାମାକ୍ଷାପ୍ରସାଦ ମିଶ୍ର,ସହ ସଂଯୋଜକ ଶ୍ରୀ ତାରାପ୍ରସାଦ ମହାନ୍ତି ଓ ଶ୍ରୀମତୀ ରଞ୍ଜିତା ନାଏକଙ୍କ ନେତୃତ୍ୱରେ ଗୋପବନ୍ଧୁ ବାଗ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା। ପରେ ପରେ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଓ ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି ଙ୍କ ନେତୃତ୍ୱରେ କଟକ ସିଟି ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ମହିଳା ମୋର୍ଚ୍ଚା ତରଫରୁ ନଗର ସଭାନେତ୍ରୀ ପ୍ରବୀଣା ମହାପାତ୍ର, ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ,ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ କଟକଚଣ୍ଡୀ ମନ୍ଦିରରେ ମୋଦିଜୀଙ୍କ ଦୀର୍ଘାୟୁ କାମନା କରି ୭୧ଟି ଦ୍ବୀପ ପ୍ରଜ୍ବଳିତ କରାଯାଇଥିଲା। କୃଷକ ମୋର୍ଚ୍ଚା ତରଫରୁ ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ଜେନା ଓ ଡ଼ଃ ହରିହର ସାହୁଙ୍କ ନେତୃତ୍ୱରେ ମର୍କତନଗର ଟୀକାକରଣ କେନ୍ଦ୍ର ପରିଦର୍ଶନ ଓ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ କୃଷକ ଓ ସୈନିକ ନେତାଙ୍କୁ ସମ୍ମାନିତ
କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମଗୁଡିକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶ୍ରିତମ ଦାସ,ଲକ୍ଷ୍ମୀଧର ପ୍ରଧାନ, ଗୀତା ଦାସ,,ବିଶ୍ୱରଞ୍ଜନ ମିଶ୍ର,ନାରାୟଣ ପ୍ରସାଦ ମହାନ୍ତି,ଜୟକୃଷ୍ଣ ସ୍ୱାଇଁ, ରତନ ମହାନ୍ତି,ନମିତା ମିଶ୍ର,ପୁଷ୍ପିତା ମହାପାତ୍ର, ଦେବାନନ୍ଦ ସିଂ,ଶିବପ୍ରସାଦ ସେଠି,ଅମିତ ମିତ୍ର,ନଳିନୀ ରାୟ,ଦୀପକ କାହାଳୀ, ଉଷା ପାତ୍ର, ରାଜା,ନାରାୟଣ ପ୍ରସାଦ ମହାନ୍ତି,ସମୀର ଘୋଷ,ରମେଶ ଦାସ,ସଂଯୋଜ ସାମନ୍ତରାୟ, ଶ୍ୟାମସୁନ୍ଦର ସାହୁ,ସୂର୍ଯ୍ୟନାରାୟଣ ବେହେରା, ଶ୍ରୀକାନ୍ତ ବେହେରା,ସୁଚିତ୍ରା ସେନାପତି, ଶ୍ରୀନିବାସ ରେଡି,ସରୋଜ ସାହୁ, ସଦାନନ୍ଦ ବିଶ୍ୱାଳ,ସୁକାନ୍ତ ବିଶୋଇ, ରାଜେଶ ଜେନା,ଗଣେଶ ରାଓ,ମହମ୍ମଦ ମୁସ୍ତାକିଂମ, ନଇମ ଖାନ, ଅବଦୁଲ ମୋକିତ,ସୁଜାତା ଭରଦ୍ବାଜ,ମିତାଲି ଦାସ,ଲିଶାଜ୍ୟୋତି ଘୋଷ,କଳ୍ପନା ବେହେରା,ମନୋରମା ଦାସ,ସଂଯୁକ୍ତା ମିଶ୍ର,ରିଆଯୁଦ୍ଦିନ,ସେକ ବଣ୍ଟି,ସେକ ସାଉଜ଼,ଆୟୁବ ଖାନ,ହୃଦାନନ୍ଦ ମହାନ୍ତି,ଜଗନ୍ନାଥ ବାରିକ,ଜାନକୀ,ନୃସିଂହ ପାତ୍ର,କେ ମୁତାଲୁ ପ୍ରମୁଖ କାର୍ଯ୍ୟକର୍ତା ଯୋଗଦେଇଥିଲେ।