#Breaking News

ପୁଅକୁ ହତ୍ୟା କରି ମାଟିତଳେ ପୋତି ଦେଇଥିଲା, ସଇତାନ ବାପା ଗିରଫ: ତଦନ୍ତ ଅବ୍ୟାହତ


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନିଜ ପୁଅକୁ ଜୀବନରେ ମାରି ଗାଁ ନିକଟ ମୁସକୁଟି ଜଙ୍ଗଲରେ ମାଟି ତଳେ ପୋତିଦେଇଥିଲା ବାପା । ଘଟଣା ସମ୍ପର୍କରେ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ଶୁକ୍ରବାର ବାଲିଗୁଡ଼ା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରିବାସହ ହତ୍ୟାକାରୀ ବାପାକୁ ଗିରଫ କରିଛି । ସୂଚନା ପ୍ରକାରେ ପାଙ୍ଗୁରୁମିଲା ଗାଁର ବାପା ଭୁସ୍କର ପୂଜାରୀ ଓ ପୁଅ ଚୈତନ୍ୟ ପୂଜାରୀ ମଧ୍ୟରେ କୌଣସି କାରଣରୁ ଅଧିକାଂଶ ସମୟରେ କଳିକଜିଆ ଲାଗି ରହୁଥିଲା । ପ୍ରତିଶୋଧ ପରାୟଣ ହୋଇ ବାପା ଭାସ୍କର ପୂଜାରୀ ଗତ ୧୪ ତାରିଖ ବିଳମ୍ବିତ ରାତିରେ ପୁଅ ଚୈତନ୍ୟକୁ ହତ୍ୟା କରିବା ସହ ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟି ତଳେ ପୋତି ଦେଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଶୁକ୍ରବାର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅନ୍ୟପଟେ ଅଭିଯୁକ୍ତ ବାପାକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Leave a comment

Your email address will not be published. Required fields are marked *