ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ୭୧ ତମ ଜନ୍ମ ଦିନପାଳିତ
Udaya_Labanya | September 17, 2021 | 15 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଅବସରରେ ଫୁଲବାଣୀ ନଗର ବିଜେପି ପକ୍ଷରୁ ଗୋପବନ୍ଧୁ,ଜାତୀୟ ପିତା ମହାତ୍ମା ଗାନ୍ଧିଜୀ ଓ ଡାକ୍ତର ଆମ୍ବେଦକର ପ୍ରତି ମୃତି କୁ ସଫା କରି ଗାଧୋଇଦେବା ସହ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ଧୂପ ଦେଇ ପୂଜା କରିଥିଲେ। ଏହି ଦିନଟିକୁ ସେବା ଦିବସ ଭବେସା ରା ଦେଶରେ ପାଳିତ ହେଉଥିବାବେଳେ ଜିଲା ସ୍ତରରେ ମଧ୍ୟଏହି ସେବା ଦିବସ ପାଳିତ ହେଉଛି। ଏହା ତିନି ସପ୍ତାହ ଧରି ପାଳିତ କରାଯିବ ବୋଲି ଜିଲା ବିନେପି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟ କର୍ମରେ ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି ଙ୍କ ସମେତ ସମ୍ପାଦକ ମୁକ୍ତିକାନ୍ତ ମହାନ୍ତି,ଜିଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି,ପୂର୍ବତନ ଜିଲା ସଭାପତି ଲିଙ୍ଗରାଜ ଦଲାବେହେରା,ଯୁବ ବିଜେପି ସାଧାରଣ ସମ୍ପାଦକ ପ୍ରମୁଖ ଉପସ୍ଥିତ ରହିପ୍ରଧାନ ମନ୍ତ୍ରୀ ମୋଦିଙ୍କନୀତି ଆଦର୍ଶ ଓ ଉନତ ଚିନ୍ତାଧାରା ଓ ବିକାଶ ମୂଳକ କାର୍ଯ୍ୟ କର୍ମ ଉପରେ ସାମ୍ୟ କ ସୂଚନା ପ୍ରଦାନ କରିଥିଲେ।