#Breaking News

ସୁନିଆ ପର୍ବରେ ମା ଲକ୍ଷ୍ମୀଙ୍କର ମାଟି ଅନୁକୂଳ

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀଙ୍କ ମୂର୍ତି ତିଆରି ପାଇଁ ଆଜି ସୁନିଆ ଥିବାରୁ ନିକଟସ୍ଥ କମଗରା ଘାଟରୁ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ କରାଯାଇଥିଲା । ଢେଙ୍କାନାଳର ଲକ୍ଷ୍ମୀ ବଜାର, ମହାବୀର ବଜାର, କୈବଲ୍ୟ ବଜାର, ରାଧାକୃଷ୍ଣ ବଜାର ସମେତ ଅନ୍ୟ ବଜାର କମିଟିମେମ୍ବର ସଦସ୍ୟ ମାନଙ୍କର ଉପସ୍ଥିତିରେ କୋଭିଡ଼ ନିୟମକୁ ମାନି ପୁଜାର୍ଚନା କରାଯାଇଥିଲା । ଏହାପରେ ମାଟି ଅନୁକୂଳ କରାଯାଇଥିଲା । ମା ଙ୍କର ଭବ୍ୟ ମୂର୍ତ୍ତି ତିଆରି କରିବା ସମୟରେ ଏହି ମାଟିକୁ ବ୍ୟବହାର କରି ମୂର୍ତ୍ତି ବନାଯିବ ।ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ବିଦ୍ଧି ସମ୍ପାଦିତ କରାଯାଇଥିଲା । ଭୂମିକୁ ପୂଜା କରାଯାଇ ପଞ୍ଚ ଉପଚାରରେ ପୁଜାର୍ଚନା କରାଯାଇଥିଲା ।

Leave a comment

Your email address will not be published. Required fields are marked *