#Breaking News

ପରିବାର ସାଥ ହେଲେ ନି ଶବ କାନ୍ଧେଇମାନବିକତାର ପରିଚୟ ଦେଲେ ସବ ଇନସପେକ୍ଟର


ଫୁଲବାଣୀ୧୮/୯(ସୁନୀଲପଟନାୟକ)
ଅଭିଯୋଗ ପାଇଏକ ହତ୍ୟା ଘଟଣାର ତଦନ୍ତ କରିବାକୁ ଘଟଣାସ୍ଥଳକୁ ଯାଇଥିଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲ ସ। ତଦନ୍ତ କରୁ କରୁ ହତ୍ୟା କରି ଗ୍ରାମ ନିକଟ ଜଙ୍ଗଲରେ ଶବକୁ ପୋତି ଦେଇଥିଲା ଅଭିଯୁକ୍ତ ବାପା ।
ଶବକୁ ଖୋଳି ବାହାର କରାଗଲା। ଶବଟି ପଚି ଯାଇଥିଲା। ଏଣୁ ଶବକୁ ପରିବାର ଲୋକେ କାନ୍ଧ ଦେଇ ନ ଥିଲେ । ପାହାଡ଼ ଉପରେ ଶବ ଥିବାରୁ ଗାଡି ମଧ୍ୟ ଯାଇ ପାରିନଥିଲା। ଫଳରେ ଶବକୁ ଶେଷରେ ତଦନ୍ତ କାରି ଅଧିକ ।ରି ବାଲିଗୁଡା ଥାନା ସବଇନସପେକ୍ଟର ରବୀନ୍ଦ୍ରମୁଣ୍ଡାରୀ ନିଜେ ଅନ୍ୟ ୩ ଜଣଙ୍କ ସହାୟତାରେ ଗାଡି ନିକଟକୁ ପ୍ରାୟ ୨ କିମି ବାଟ କାନ୍ଧରେ ବୋହି ଆଣିଥିଲେ।
ଥାନା ସବଇନସପେକ୍ଟର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେଶ୍ ପ୍ରସ ସାଂ କରିଛନ୍ତି ।
ସେ ଶବକୁ କାନ୍ଧେଇ ମାନବିକତାର ପରିଚୟ ଦେଇଛନ୍ତି ବୋଲି ଲୋକେ କହିଛନ୍ତି ।
ସେହିପରି ମୁଣ୍ଡାରୀଙ୍କ କାର୍ଯ୍ୟକୁ ବାଲିଗୁଡ଼ା ଏସଡିପିଓ ମନୋଜ ପୁଜାହାରୀ ଓ ଥାନା ଆଇଆଇସି ବାବା ଶଙ୍କର ସରାଫପ୍ରମୁଖ ପ୍ରସ ସାଂ କରିବା ସହ ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଥିବା କହିଛନ୍ତି ।

Leave a comment

Your email address will not be published. Required fields are marked *