#Breaking News

ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପୂର୍ବପ୍ରସ୍ତୁତି ବୈଠକ

ଢେଙ୍କାନାଳ ସହର ସ୍ଥିତ ଭାଗିରଥି ସାଗରର ପୂର୍ବପର୍ଶ୍ୱରେ ମା ସିଦ୍ଧ ବାସେଳି ପୂଜାପାଇଅସୁଥିବା ପୀଠରେ ମା ଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରସ୍ତୁତି ବୈଠକ ଢେଙ୍କାନାଳର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗଦେଇଥିଲେ । ଉକ୍ତ ସଭାରେ ମନ୍ଦିର ସମିତିର ଉପସଭାପତି ଶ୍ରୀଯୁକ୍ତ ନାରାୟଣ ବେହେରା ସଭାପରିଚାଳନ କରିଥିଲେ । ଏହି ସଭାରେ ଢେଙ୍କାନାଳର 8ଟି ବ୍ଲକ, 4ଟି NAC ରୁ 2ଜଣ ଲେଖାଏଁ ସଂଯୋଜକ ସ୍ଥିର କରିବାପାଇଁ ନିଷ୍ପତି ନିଆଯାଇଥିଲା । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୈବର୍ତ୍ତ ଜାତିର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ସଭାକାର୍ଯ୍ୟରେ ଜିଲ୍ଲାର ସଭାପତି ରୁଦ୍ରନ୍ତ ଦଳେଇ ମଞ୍ଚ ପରିଚାଳନା କରିଥିଲେ ।ଉକ୍ତ ସଭାରେ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସେଠ ,ଶ୍ରୀ ନାରାୟଣ ବେହେରା ,ଜିଲ୍ଲାର ପୂର୍ବତନ ଚେୟାରମ୍ୟାନ ରେବତୀ ବେହେରା, ଶ୍ରୀ ମଦନ ମୋହନ ବେହେରାଙ୍କ ସମେତ 30ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ଶ୍ରୀ ମଦନମୋହନ ବେହେରା ଧନ୍ୟବାଦ ଅର୍ପଣ କରିବା ସହ ସଭାପତିଙ୍କ ଅନୁମତିରେ ସଭାକୁ ସାଙ୍ଗ କରିଥିଲେ ।

Leave a comment

Your email address will not be published. Required fields are marked *