ସମାଜର ପୂର୍ବତନ କାର୍ଯ୍ୟକାରି ସଂପାଦିକା ତଥା ପ୍ରଖ୍ୟାତ ସାହିତ୍ୟିକା, ସମାଜସେବୀକା ମନୋରମାଙ୍କ ବିୟୋଗରେ ଶୋକ

Udaya_Labanya | September 19, 2021 | 25 views |0 | Breaking News


ଫୁଲବାଣୀ-୧୯/୯(ସୁନୀଲପଟନାୟକ)
ସମାଜ ର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଙ୍କ ପରଲୋକରେ ରବିବାର ଆଜିଫୁଲବାଣୀ ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା .। ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶୋକ ସଭାରେ ପ୍ରଥମେ ସ୍ଵର୍ଗତ ପ୍ରଫେସର ଡକ୍ଟରମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ପ୍ର ଫେସର ଡକ୍ଟର ମନୋରମା ମହାପାତ୍ର ଏକାଧାରରେ ସାମ୍ବାଦିକା । ସଂପାଦିକା,ସାହିତିକା ସମାଜସେବିକା ଥିଲେ । କେବଳ ସେତିକି ନୁହେଁ ଶ୍ରୀଜଗନାଥ ସଂସ୍କୃତି ଓ ଚେତନାର ସାବଳୀୟ ଓ ଲାଳିତ୍ୟ ଭାଷ୍ୟକାର ମଧ୍ୟ ଥିଲେ । ସାହିତ୍ୟ ଓ ଗଣ ମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା କ୍ଷେତ୍ରରେ କାମ ତାଙ୍କୁ ଚିର ସ୍ମରଣୀୟ ରଖିବ ବୋଲି ସଭାପତି ସୁନୀଲ ପଟ୍ଟନାୟକ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉପ ସଭାପତି ସତ୍ୟ ବେହେରା,ସୁନୀଲ ବିଶ୍ୱାଳ , ବରୀ ଷ୍ଠ ସାମ୍ବାଦିକ ସନ୍ତୋଷ ଡିଗଲ,ସମାଜ ପ୍ରତିନିଧି ଅଶୋକ ମହାନ୍ତି, ପ୍ରଶାନ୍ତ ଜେନା ଆଦିତ୍ୟ ତ୍ରୀପାଠି,ଶିବ ନାୟକ ବିଭୁତି ଲହରିଆ, ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିବା ସହ ସ୍ଵର୍ଗତ ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଓଡ଼ିଆ ସାହିତ୍ୟ, ସେବା , ସାମ୍ବାଦିକତା କ୍ଷେତ୍ରରେ ଯେଉଁ ଛାପ ଛାଡ଼ିଯାଇଛନ୍ତି ତାହା ଅବିସ୍ମରଣୀୟ ବୋଲି କହିଥିଲେ।
ପ୍ରେସକ୍ଲବ ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 3 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 103 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories