ଜିଲ୍ଲାପାଳଙ୍କ କୋଭିଡ ପରିଚାଳନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

Udaya_Labanya | September 20, 2021 | 47 views |0 | Breaking News

ଢେଙ୍କାନାଳ(ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସାଵନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । କରୋନା ମହାମାରୀର ତୃତୀୟ ଲହରକୁ ଯେପରି ନିୟନ୍ତ୍ରଣରେ ରଖାଯାଇପାରିବ , ସେଥ୍ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ , ସ୍ବାସ୍ଥ୍ୟ ଅଧିକାରୀ , ବିଡିଓ , ତହସିଲଦାର ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀମାନେ ଯେପରି ସ୍ୱତଃ ପ୍ରବୃତ ଭାବେ ଆଣ୍ଟିଜେନ,ଆର.ଟି.ପି.ସି.ଆର ଟେଷ୍ଟିଙ୍ଗ ଏବଂ ଟୀକାକରଣ ପାଇଁ ଆଗେଇ ଆସିବେ ସେଥିପାଇଁ ବିଡିଓ , ତହସିଲଦାର , ସରପଞ୍ଚମାନେ ସେମାନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପର୍ବ ପର୍ବାଣୀ ଶେଷ ହେବା ପର୍ଯ୍ୟନ୍ତ ଡିସେମ୍ବର ମାସ ଯାଏ କୋଭିଡ ପ୍ରୋଟୋକଲ ଅନୁପାଳନର ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ସହିତ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ କହିଛନ୍ତି । ଗତ ଲଘୁଚାପ ବର୍ଷାରେ ଯୋଗୁଁ ଜିଲ୍ଲାରେ କ୍ଷୟ କ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 5t ଅନ୍ତର୍ଗତ ମୋ ସ୍କୁଲ କାର୍ଯ୍ୟକ୍ରମରେ ଅକ୍ଟୋବର ୨ ରେ ଜିଲ୍ଲାର ୩୧ଟି ସ୍କୁଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହେବାକୁ ଥିବାରୁ ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା , ପରିବେଶ ଅନୁକୂଳ ବାତାବରଣରେ ବିଦ୍ୟା ଅଧୟନ , ବର୍ଜ୍ୟ ବସ୍ତୁର ସଦୁପୋଯୋଗ କରି କମ୍ପୋଷ୍ଟ ସାର ପ୍ରସ୍ତୁତ କରିବା , କାନ୍ଥ ଗୁଡିକରେ ମହାପୁରୁଷ ମାନଙ୍କ ଚିତ୍ର ଅଙ୍କନ , ପାରମ୍ପାରିକ ଚିତ୍ରକଳା ଓ ନୀତିବାଣୀ ଲେଖା ବିଦ୍ୟାଳୟ ପରିସରକୁ ସୁନ୍ଦର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସୁଫଳ ଯେପରି ଜିଲ୍ଲାବାସୀ ପାଇପାରିବେ ସେଥିପାଇଁ ସଠିକ ତଦାରଖ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଐତିହ , ପରମ୍ପରା , ପର୍ବ ପର୍ବାଣୀ , ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ କାହାଣୀ ଆଦି ସମ୍ପର୍କରେ ଜିଲ୍ଲାର ୫ଟି ପ୍ରମୁଖ ସ୍ଥାନରେ ଡିଜିଟାଲ ହୋର୍ଡ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ ଓ ପ୍ରଚାର – ପ୍ରସାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ବିଧାନ ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ଅଧୁକ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ.ଏନ.ଏଚ.ଏମ ସୋନାଲୀ ପ୍ରିୟଦର୍ଶିନୀ ବୈଠକରେ ଅବଗତ କରାଇବା ସହିତ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭ ଲକ୍ଷ ୧୦ ହଜାରରୁ ଅଧୁକ ଲୋକଙ୍କର ଟୀକାକରଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଆଇ.ଏ.ଏସ ପ୍ରୋବେସନ ଶ୍ରୀ ବିଭୁତି ଭୂଷଣ ନାୟକ , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜୟକୃଷ୍ଣ ନାୟକ , ଆପତକାଳୀନ ଅଧୁକାରୀ ଶ୍ରୀ ସୃତି ରଞ୍ଜନ ମହାପାତ୍ର , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ , ଓସଡମାର ଡି.ପି.ଏମ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories