ବିସ୍କୁଟରେ ନିଶା ଦେଇ ଯୁବକଙ୍କ ର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ : ଅଚେତ ଅବସ୍ଥାରେ ମେଡିକାଲ ରେ ଭର୍ତ୍ତୀ

Udaya_Labanya | September 20, 2021 | 54 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଜଣେ ଯୁବକ ଘରକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଲୁଟର ଶିକାର ହୋଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଦାସିଙ୍ଗବାଡ଼ି ଗ୍ରାମର ବିରା ନାୟକ ।ବିସ୍କୁଟରେ ନିଶା ଦେଇ ତାଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ର ଦାସିଙ୍ଗବାଡ଼ି ଗ୍ରାମର ବିରା ନାୟକ କାମ କରିବା ପାଇଁ ଏକ ମାସ ପୂର୍ବରୁ ଭୁବନେଶ୍ୱର ଯାଇଥିଲେ । ରବିବାର ସନ୍ଧ୍ୟାରେ ନିଜ ଘରକୁ ଫେରିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରେ ଟିକଟ କରି ବସ ପାଖରେ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ମୁଁ ତୁମ ପାଖ ଅଞ୍ଚଳର ଲୋକ କହି ବିସ୍କୁଟ ଖାଇବାକୁ ଦେଇଥିଲେ । ବିସ୍କୁଟ ଖାଇବା ପରେ ବିରା ନାୟକ ସମ୍ପୂର୍ଣ୍ଣ ଅଚେତ ହୋଇଯାଇଥିଲେ। ତାଙ୍କ ପାଖରେ ଯାହା ଟଙ୍କା ରହିଥିଲା ସବୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ । ବସ କଣ୍ଡକ୍ଟର ବିରା ନାୟକଙ୍କୁ ବସ ପାଖରେ ଦେଖିଲା ବେଳେ ସେ ଅଚେତ ଥିବା ଜାଣିବାକୁ ପାଇଥିଲେ । ଏହାପରେ ବିରା ନାୟକଙ୍କ ପାଖରେ ରହିଥିବା ଫୋନ ନଂ ରେ ତାଙ୍କ ବାପାଙ୍କୁ ଯୋଗାଯୋଗ କରିଥିଲେ। ଅଚେତ ବିରାଙ୍କୁ ବସରେ ଦାରିଙ୍ଗବାଡ଼ି ଆଣିଥିଲେ କଣ୍ଡକ୍ଟର । ଏବେ ଦାରିଙ୍ଗବାଡ଼ି ମେଡିକାଲରେ ଅଚେତ ବିରା ନାୟକଙ୍କ ଚିକିତ୍ସା କରାଯାଉଛି ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories