#Breaking News

ଦାରିଂବାଡ଼ିରେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ତେଜିଲା, ଉନ୍ନୟନ ମୂଳକ କାର୍ଯ୍ୟ ଠପ


ଫୁଲବାଣୀ -21/9(ସୁନୀଲ ପଟନାୟକ )
ପଂଚାୟତ ନିର୍ବାଚନ ଯେତି କି ପାଖେଇଆସୁଛି ରାଜନୀତି ସେତିକି ସରଗରମ ହେଉଛି lକନ୍ଧମାଳ ଜ଼ିଲ୍ଲା ର ଦାରିଙ୍ଗ ବାଡି ବ୍ଲକ ରେ ଏବେ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ଗୋଷ୍ଠୀ ମଧ୍ୟ ରେ ବିବାଦ ତେଜିବାରେ ଲାଗିଛି ଫଳରେ ବ୍ଲକ ରେ ଉନ୍ନୟନ ମୂଳକ କାମ ଠପ ହୋଇଯାଇଛି ଗଲା କିଛି ମାସ ହେଲା l
ବିଧାୟକ ସାଲୁଗା ପ୍ରଧାନ ବିଜେ ଡି ଦଳ ବିଧାୟକ ଥିବାବେଳେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକ କଂଗ୍ରେସ ଦଳର ଅଛନ୍ତି lପୂର୍ଵରୁ ବିଧାୟକ ଙ୍କ ପତ୍ନୀ ବ୍ଲକ ଅଧ୍ୟକ୍ଷା ଥିଲେ lହେଲେ ୩ ରୁ ଉର୍ଦ୍ଧ ସନ୍ତାନ ଥିବା ମାମଲା ରେ ଗତ କିଛି ମାସ ତଳେ ତାଙ୍କର ଅଧ୍ୟକ୍ଷା ପଦବୀ ରଦ ହୋଇଯାଇଥିଲl


ଓ ଏହାପରେ ରୁଦା ଅଧ୍ୟକ୍ଷl ହୋଇଥିଲେ lସେହି ଦିନ ଠାରୁ ବ୍ଲକ ରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ମୁଣ୍ଡଟେକିଛି l
ଏବେ ବିଧାୟକ ସାଲୁଗା ଓ ସହକା ରିଯନ୍ତ୍ରୀ ଙ୍କ ବିରୁଦ୍ଧରେ ଅଧ୍ୟକ୍ଷା ଓ ତାଙ୍କ ଗୋଷ୍ଠୀ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କରିବା ସହ ସହକାରୀ ଯନ୍ତ୍ରୀ ଙ୍କ ବଦଳି ଦାବୀ କରି ଅନଶନ ଓ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ବିଧାୟକ ଙ୍କ ଶତାଧିକ ସମର୍ଥକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ଙ୍କ ବିରୁଦ୍ଧରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦଶ ଦଫା ଦାବୀ ନେଇ ଵି ଡି ଓ କଳା କୃଷ୍ଣ ପ୍ରଧାନ ଙ୍କ ଜରିଆରେ ଜ଼ିଲ୍ଲା ପାଳ ଙ୍କୁ ପ୍ରଦାନ କରିଛନ୍ତି l
ଦୁଇ ଜଣକ ବିବାଦ ଭିତରେ ନୂତନ ଭାବେ ଯୋଗ ଦେଇଥିବା ଵି ଡି ଓ ଏବେ କିଭଳି ଉଭୟ ଗୋଷ୍ଠୀ ଙ୍କୁ ସନ୍ତୁଷ୍ଟ କରି ମୁକାବିଲାକରିବେ ହରଡ ଘଣା ରେ ପଡିଯାଇଛନ୍ତି l
ଆଉ ମାସେ ପରେ ପଂଚାୟତ ନିର୍ବାଚନ ଘୋଷଣା ହେଇପାରେ lସେ ଯାଏ ବିଡ଼ିଓ ଙ୍କୁ ଉଭୟ ଗୋଷ୍ଠୀ ଙ୍କୁ ବୁଝାଇ ଶୁ ଝେଇ କାମ କରିବାକୁ ପଡିବ l
ତେବେ ଵି ଜେଡି ପକ୍ଷରୁ ଅଧ୍ୟ କ୍ଷା ଓ ଉପାଧ୍ୟକ୍ଷା ସବୁ କାମରେ ପିସି ଦାବୀ କରୁଛନ୍ତି ଓ ଆଗୁଆ ଅର୍ଥ ନେଇ ଠୀକାଦା ର ଙ୍କୁ କାମ ବାଣ୍ଟୁଛନ୍ତି ଆଉ ବିଜେଡି କର୍ମୀ ଙ୍କୁ ଅଣଦେଖା କରୁଥିବା ବିଜେଡି ଅଭିଯୋଗ କରିଥିବା ବେଳେ କଂଗ୍ରେସ ବିଧାୟକ କୁଆଡେ ବିଜୁ ପାଠାଗାର ନାମରେ ବ୍ଲକ ଜାଗା ରେ ଘର ନିର୍ମାଣ କରି ନିଜେ ମାଡ଼ିବସିବା ଲାଗି ଚକ୍ରାନ୍ତ କରୁଥିବା ସାଙ୍ଗକୁ ଅଧକ୍ଷl ଓ ଉପାଧ୍ୟକ୍ଷା ଙ୍କ ଅଜାଣତ ରେ ସହକାରୀ ଯନ୍ତ୍ରୀ ଙ୍କୁ ଧରି ସବୁ କାମ କରୁଥିବା ଅଭିଯୋଗ କରି ସହକାରୀ ଯନ୍ତ୍ରୀ ଙ୍କ ବଦଳି ଦାବୀ କରିଛନ୍ତି l
ତେବେ ବିଧାୟକ ଙ୍କୁ ପଚାରିବାରେ ତାଙ୍କୁ ଅଯଥା ବଦନାମ କରିବା କୁ ଯାଇ ମିଥ୍ୟା ଓ ଭିତିହୀନ ଅଭିଯୋଗ କରୁଛି କଂଗ୍ରେସ ବୋଲି କହିଥିଲେ l ସେହିପରି ଆଗକୁ ପଂଚାୟତ ନିର୍ବାଚନ ଅଛି ହାରି ଯିବା ର ଭୟ ଏବେଠୁ ଘାରିଲାଣି ଏଣୁ ଔଷଧ ବିକଳ ରେ ତାଟିଆ କାମୁଡୁଛି କଂଗ୍ରେସ ବୋଲି ବିଜେଡି କହିଛି l
ଅପର ପକ୍ଷରେ ଅଧକ୍ଷା ଓ ଉପାଧ୍ୟକ୍ଷା ଙ୍କ ବିରୁଦ୍ଧରେ ବିଜେଡି ମିଥ୍ୟା ଆରୋପ କରୁଥିବା କଂଗ୍ରେସ କହିଛି l
ତେବେ ଏହି ବିବାଦ ର ଶୀଘ୍ର ସମାଧାନ ହେବା ଜରୁରୀ ନଚେତ ସ୍ଥାନୀୟ ଲୋକେ ସରକା ରି ଯୋଜନା ରୁ ସୁଫଳ ପାଇବା ରୁ ବଂଚିତ ହେବେ ଏହା ନିଃସଙ୍କୋଚ ରେ କୁହାଯାଇପାରେ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *