#Breaking News

ବାଲିଗୁଡ଼ା: ଆଦିବାସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଓ ଫିଜ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅଶାନ୍ତ ତେଜିଲା


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ର ସର୍ବ ପୁରାତନ ଆଦିବାସୀ ମହାବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ଥିବା ବେଳେ ଦିନକୁ ଦିନ ଫିଜ ବୃଦ୍ଧି ସାଙ୍ଗକୁ ମହାବିଦ୍ୟାଳୟ ର ପରିବେଶ ଓ ଶ୍ରେଣୀ କୋଠରୀ ଗୁଡ଼ିକ ଦିନକୁ ଦିନ ପୁରୁଣା ହେଉଥିବା ବେଳେ ମରାମତି ନ ହେବା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଜି ତାହା ଉଗ୍ର ରୂପ ନେଇଛି l ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଫାଟକ ରେ ତାଲା ପକାଇବା ସହ ଧାରଣାରେ ବସି ବିଭିନ୍ନ ଦାବୀ ପୂରଣ କରିବା ପାଇଁ ସ୍ଲୋଗାନ ମାନ ଦେଇ ଦୀର୍ଘ ସମୟ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କୌଣସି ପ୍ରକାରେ ସମାଧାନର ପନ୍ଥା ନ ବାହାରି ବାରୁ ଛାତ୍ର ଛାତ୍ରୀ ମାନେ ବାଧ୍ୟ ହୋଇ ଧାରଣାରୁ ହଟିବା ସହ ଖୁବ ଶିଘ୍ର ୫୯ ନଂ. ଜାତୀୟ ରାଜପଥକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି l ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଛାତ୍ର ଛାତ୍ରୀଙ୍କ ଦାବୀ ଗୁଡିକୁ ପୂରଣ କରିବା କିମ୍ବା ସମାଧାନ ର ବାଟ ଖୋଜିବାକୁ ବୁଦ୍ଧିଜୀବି ମହଲରୁ ପ୍ରବଳ ମତ ପ୍ରକାଶ ପାଉଛି l

Leave a comment

Your email address will not be published. Required fields are marked *