#Breaking News

ମଧୁସାହୁପାଟଣା ର GRS ବଦଳି ରୋକିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳର ସଦରବ୍ଲକ ଅନ୍ତର୍ଗତ ମଧୁସାହୁପାଟଣା ଗ୍ରାମପଂଚୟତର GRS ଙ୍କ ବଦଳି ରୋକିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ ।ଉକ୍ତ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷ ନିଜର ସ୍ୱାର୍ଥ ହାସଲ ନ ହୋଇପାରିବାରୁ ରାଜନୈତିକ ଚାପ ପକାଇ GRS ଙ୍କର ଅନ୍ୟତ୍ର ବଦଳି କରାଇଦେଇଛନ୍ତି ।କିନ୍ତୁ ଗ୍ରାମବାସୀଙ୍କର କହିବା ଅନୁଯାୟୀ GRS ଜଣଙ୍କ ଜଣେ ଭଦ୍ର, ସରଳ, ଗରିବ ମାନଙ୍କର ସାହାଯ୍ୟ କାରି ବ୍ୟକ୍ତି ଅଟନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହିଭଳି ଭାବେ କିଛି ବ୍ୟକ୍ତି ବିଶେଷ ପୂର୍ବରୁ ଉକ୍ତ ଗ୍ରାମର କାର୍ଯ୍ୟରତ VLW ଙ୍କୁ ମଧ୍ୟ ନିଜ ହାତର କୁଶ ପିତୁଳିକ କରି ନଚାଇବାକୁ ଚାହିଁଥିବା ବେଳେ ତାହା ହୋଇନପାରିବାରୁ ତାଙ୍କୁ ମଧ୍ୟ ବଦଳି କରାଇଦେଇଥିଲେ । ତେଣୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲାପାଳ ଏହାର ଉଚିତ ତଦନ୍ତ କରି ବଦଳିକୁ ରୋକିଲେ ଗ୍ରାମବାସିବୃନ୍ଦ ଉପକାର ପାଇପାରିବେ । ନଚେତ ଗ୍ରାମବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ଗ୍ରାମବାସୀ ଦାବି କରିଥିଲେ ।

Leave a comment

Your email address will not be published. Required fields are marked *