୪ଫୁଟ ର ନାଗସାପକୁ ଲୋକଙ୍କ ଠାରୁ ଉଦ୍ଧାର କଲେ ସାପ ଧରାଳି ସୁଶାନ୍ତ ପାତ୍ର
Udaya_Labanya | September 30, 2021 | 113 views |0 | Breaking News
ଆଠଗଡ(ଉଲାପ୍ର) ହଜି ଯାଇନି ମାନବିକତା, ହଜି ଯାଇନି ମଣିଷ ପଣିଆ। ନିଜର ମାନବିକତା ଦେଖାଇଛନ୍ତି ଜଣେ ପେଷାରେ ସାପ ଧରାଳି ତାହା ପୁଣି କେଉଁ ମଣିଷ କୁ ନୁହେଁ ତାହା ଗୋଟିଏ ହିଂସ୍ର ପ୍ରାଣୀ ନାଗ ସାପ କୁ । ହଁ ଆଜ୍ଞା ଏ ହେଉଛନ୍ତି ଆଠଗଡ଼ ଅଞ୍ଚଳରେ ସାପ ଧରୁଥିବା ସୁଶାନ୍ତ ପାତ୍ର ଙ୍କ କଥା। ଆଜି ଅଫିସ ସମୟରେ ଆଠଗଡ଼ ମହୋତ୍ସବ ପଡ଼ିଆ ସନ୍ନିକଟ ମୁଖ୍ୟ ଡାକଘର ରାସ୍ତାରେ କିଛି ଯୁବକ ଗୋଟିଏ ନାଗ ସାପ କୁ ମାରୁଥିବା ଖବର ପାଇ ସଂଗେ ସଂଗେ ପହଞ୍ଚି ଯାଇଥିଲେ ଆଠଗଡ଼ ର ଯୁବ ସାପ ଧରାଳି ସୁଶାନ୍ତ ପାତ୍ର ଘଟଣା ସ୍ଥଳରେ। ଲୋକଙ୍କ ଠାରୁ କ୍ଷତ ବିକ୍ଷତ ଅବସ୍ଥାରେ ନାଗ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ ଜାର ରେ ସାପ ଟିକୁ ପୁରାଇ ସଙ୍ଗେ ସଙ୍ଗେ ଆଠଗଡ଼ ପ୍ରାଣୀ ଚିକିତ୍ସାଳୟ ରେ ଚିକିତ୍ସକ ସୁଶାନ୍ତ ବେହେରାଙ୍କ ପାଖରେ ଚିକିତ୍ସା କରାଇ ସାପଟି ର ପେଟରେ କ୍ଷତ ସ୍ଥାନକୁ ସିଲାଇ କରି ପ୍ରାଥମିକ ଚିକିତ୍ସା ପରେ ନିଜ ଘରେ କିଛି ଘଣ୍ଟା ରଖିବା ପରେ ରଖି ସାପ ଟି ସୁସ୍ଥ ଅନୁଭବ କଲା ପରେ , ଜଙ୍ଗଲ ରେ ଛାଡି ଦେଇ ଥିବା ଦେଖିବାକୁ ମିଳିଛି। ସୁଶାନ୍ତ ଙ୍କ ଏହି ନିଆରା ପ୍ରୟାସ କୁ ଦେଖି ଆଠଗଡ଼ ରେ ଚର୍ଚ୍ଚା ଜୋର ଧରିବା ସହ ସବୁ ମହଲ ରୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ତଥା ସାମାଜିକ ଏବଂ ବନ୍ୟ ପ୍ରାଣୀ ବିତ ମାନେ।