#Breaking News

ଅତାବିରା ହାଇସ୍କୁଲରେ ଓଡ଼ିଶା ସ୍କାଉଟ ଗାଇଡ,ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର


ବରଗଡ଼୭/୧୦(ସତ୍ୟ ନାରାୟଣ ପ୍ରଧାନ) ଅତାବିରା ବ୍ଲକ ଶିକ୍ଷା ଅଧିନସ୍ଥ ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟର ପରିସରରେ ଓଡ଼ିଶା ସ୍କାଉଟ ଗାଇଡ ଏବଂ ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଙ୍କ ମିଳିତ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ମଚିନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମୋ ପରିବାର ର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର,ବ୍ଲକ ଅଧ୍ୟକ୍ଷା ରୀତା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ ଭୋସାଗର,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ,ଜିଲ୍ଲା ଶାରୀରିକ ନିରୀକ୍ଷକ ଆଶୁତୋଷ ଦେ,ବିଜେଡି ରାଜ୍ୟ ମହିଳା ସଂପାଦକ ସୁଜାତା ପଣ୍ଡା,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା,ବାଳକ ଉଚ୍ଚ ବିଦ୍ୟାଳୟର ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁପ୍ରଭା ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ।କାର୍ଯ୍ୟକ୍ରମ ରେ ଶିକ୍ଷକ ବଳରାମ ସାହୁ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ପୂର୍ବକ ବାଗ ଦେବୀ ସରସ୍ଵତୀ ,ଗଜାନନ, ଓ ମାଁ ସମଲେଶ୍ଵରୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ଶିକ୍ଷୟିତ୍ରୀ ରଶ୍ମି ରାଣୀ ନନ୍ଦ ଓ ସାଥିଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ସହ ସ୍କାଉଟ୍ ଗାଇଡ ପକ୍ଷରୁ ସ୍କର୍ପ ଓ ଗଗଲ ପ୍ରଦାନ କରାଯାଇଥିଲା। ଏଥିରେ ବୁର୍ଲା ବଡ଼ ଡ଼ାକ୍ତରଖାନାର ରକ୍ତ ଭଣ୍ଡାର ଙ୍କ ସହଯୋଗ ରେ ସର୍ବମୋଟ ୧୪୪ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା। ଏଥିରେ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ତଥା ସ୍କୁଲ,କଲେଜ୍ ର ଶିକ୍ଷକ,ଶିକ୍ଷୟିତ୍ରୀ, ଅଧ୍ୟାପକ,ଅଧ୍ୟାପିକା ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।

Leave a comment

Your email address will not be published. Required fields are marked *