କାଶ୍ମୀର ରେ ହିନ୍ଦୁ ମାନଙ୍କର ନୃଶଂସ ହତ୍ୟା ପ୍ରତିବାଦ ରେ ବଜରଙ୍ଗ ଦଳର ବିରୋଧ ପ୍ରଦର୍ଶନ
Udaya_Labanya | October 10, 2021 | 17 views |0 | Breaking News
ବରଗଡ଼(ଉଲାପ୍ର)
ବିଗତ ପାଞ୍ଚ ଦିନ ମଧ୍ୟରେ କାଶ୍ମୀର ରେ ଜିହାଦୀ ଆତଙ୍କବାଦୀ ଦ୍ୱାରା ସାତ ଜଣ ହିନ୍ଦୁଙ୍କୁ ବାଛି ବାଛି ହତ୍ୟା କରାଯାଇଛି।ଯାହାକୁ ବଜରଙ୍ଗ ଦଳ ଦୃଢ ନିନ୍ଦା କରିବା ସହ ଆଜି ସାରା ଭାରତ ବର୍ଷରେ କୋଣ ଅନୁକୋଣରେ ବିରୋଧ ପ୍ରଦର୍ଶନ କରାଯାଇଛି ।ଏ ଉପଲକ୍ଷେ ବରଗଡ଼ ବଜରଙ୍ଗ ଦଳ ତରଫରୁ ମଧ୍ଯ ସ୍ଥାନୀୟ ଗାନ୍ଧୀଛକ ରେ ଶତାଧିକ ବଜରଙ୍ଗ ଦଳର କାର୍ୟକର୍ତ୍ତା ପାକିସ୍ତାନ ର ପତାକା ପୋଡ଼ିବା ସହ ପାକିସ୍ତାନ ମୁର୍ଦାବାଦ ନାରା ଦେଇ ବିରୋଧ ପ୍ରଦର୍ଶନ କରିଥିଲା ।ଏବଂ ବଜରଙ୍ଗ ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏବଂ ସଂପୂର୍ଣ୍ଣ ହିନ୍ଦୁ ସମାଜ ପୀଡ଼ିତ ପରିବାରଗୁଡ଼ିକ ସହିତ ଠିଆ ହୋଇଛି ବାର୍ତ୍ତା ଦିଆଯାଇଛି। ଏହି ବିରୋଧ ପ୍ରଦର୍ଶନରେ ଆତଙ୍କବାଦୀଙ୍କୁ ଏବଂ ତାଙ୍କର ପୃଷ୍ଠପୋଷକମାନଙ୍କୁ ଚେତାବନୀ ଦେଇ କୁହାଯାଇଛି ଯେ ପବିତ୍ର ଧରାକୁ ରକ୍ତରଞ୍ଜିତ କରୁଥିବା ଲୋକଙ୍କୁ ବୁଝାଇ ଦେବାକୁ ହେବ ଯେ ଦେଶକୁ ଖଣ୍ଡିତ କରିବାର ତାଙ୍କର କୁତ୍ସିତ ଚେଷ୍ଟା କଦାପି ସଫଳ ହେବ ନାହିଁ । ଏହାର ଏକତା ଏବଂ ଅଖଣ୍ଡତା ନିମିତ୍ତ ସମ୍ପୂର୍ଣ୍ଣ ଦେଶ ଦୃଢ଼ ସଙ୍କଳ୍ପବଦ୍ଧ ଅଟେ । ଜିହାଦୀ ଆତଙ୍କବାଦର କଡ଼ା ଜବାବ୍ ଦେବା ଆମେ ଭଲ ଭାବରେ ଜାଣିଛୁ। ଏଣୁ କେନ୍ଦ୍ର ସରକାର ଜିହାଦୀ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ପାକିସ୍ତାନକୁ କଠିନ ଶିକ୍ଷା ଦେଉ ତଥା ହିନ୍ଦୁମାନଙ୍କର ପୁନର୍ବାସ ଏବଂ ଘାଟୀରେ ତାଙ୍କର ସ୍ୱଚ୍ଛନ୍ଦ ବିଚରଣ ପାଇଁ ଉଚିତ୍ ବ୍ୟବସ୍ଥା କରୁ । ହିନ୍ଦୁ ସମାଜର ପୁନର୍ବାସ ବିନା ଆତଙ୍କବାଦ ଉପରେ ଲଗାମ୍ ଲଗାଇବା ଅସମ୍ଭବ ଅଟେ। ଏହି ବିରୋଧ ପ୍ରଦର୍ଶନ ରେ ପ୍ରାନ୍ତ ସହ ସଂଯୋଜକ କିଶୋର ବିଭାର, ଜିଲ୍ଲା ସଂଯୋଜକ ରାଜେଶ ବନ୍ଛୋର, ଜିଲ୍ଲା ସହ ସଂଯୋଜକ ସଂଜୀବ ମେହେର, ସଦର ସଂଯୋଜକ ପ୍ରଶାନ୍ତ ପଟ୍ଟନାୟକ, ନଗର ସଂଯୋଜକ ରାଜା ପ୍ରଧାନ, ନଗର ସହ ସଂଯୋଜକ ପିଙ୍କୁ ମେହେର, ଶ୍ରୀଚରଣ ଦେହେରୀ, ସୁଖ ମଲ୍ଲିକ, ବିଶ୍ୱନାଥ ମେହେର, ସୁମିତ ଦାଶ, ରାଜା କୁମ୍ଭାର, ରାଜୁ ତିୱାରୀ ସହ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।