ଢେଙ୍କାନାଳ ଡାକ ବିଭାଗ ତରଫରୁ ଜାତୀୟ ଡାକ ଦିବସ ପାଳିତ

Udaya_Labanya | October 11, 2021 | 20 views |0 | Breaking News

ଢେଙ୍କାନାଳ,ଢେଙ୍କାନାଳ ଡାକ ବିଭାଗ ତରଫରୁ ଜାତୀୟ ଡାକ ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳ ସହରର କାସିଆଡ଼ିହି ଗ୍ରାମପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଡାକ ବିଭାଗ ତରଫରୁ ଜାତୀୟ ଡାକ ଦିବସ ପାଳିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ଗ୍ରାମର ସରପଞ୍ଚ ଶ୍ରୀମତୀ ମିନତୀ ରାଉତ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗ୍ରାମ ସଭାପତି ଶ୍ରୀଯୁକ୍ତ ପଦ୍ମ ଚରଣ ପାତ୍ର,ସଂମାନିତ ଅତିଥିରୁପେ ବରିଷ୍ଠ ଶିକ୍ଷାବିତ ଶ୍ରୀ ପ୍ରଫୁଲ୍ଲ କୁମାର ଜେନା ଯୋଗଦେଇଥିଲେ । ଢେଙ୍କାନାଳ ଡାକ ଅଧିକ୍ଷକ ଶ୍ରୀ ଜଗଦୀଶ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡାକ ବିଭାଗର ବିଭିନ୍ନ ସେବା ଉପରେ ଆଲୋକପାତ କରିବା ସହ ତାହା କିଭଳି ସୁବିଧାରେ ଜନସାଧାରଣଙ୍କ ପାଖରେ ପହଂଚି ପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଜିର ଏହି ସଭାରେ ଢେଙ୍କାନାଳ ଡାକ ନିରୀକ୍ଷକ ଶ୍ରୀ ସମୀର ସାହୁ ଜାତୀୟ ଡାକ ସପ୍ତାହ ବିଷୟରେ ଆଲୋକପାତ କରିଥିଲେ । ପରିଶେଷରେ କାମାକ୍ଷାନଗର ର ଡାକ ନିରୀକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସଭାରେ ମଞ୍ଚ ପରିଚାଳନା କରିଥିଲେ ଜନ ସମ୍ପର୍କ ନିରୀକ୍ଷକ ଶ୍ରୀ ଦୀପ୍ତିରଞ୍ଜନ ସାମନ୍ତ ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories