
ଆଡ୍ଭେଞ୍ଚର୍ ଭରା ବିଗ୍ବଜେଟ୍ରେ ଓଡ଼ିଆ ଚଳଚ୍ଚିତ୍ର
Udaya_Labanya | October 25, 2021 | 349 views |0 | Breaking News
ଆକ୍ସନ୍ ଓ ଆଡ୍ଭେଞ୍ଚର୍ ଭରା ବିଗ୍ବଜେଟ୍ରେ ଓଡ଼ିଆ ଚଳଚ୍ଚିତ୍ର ‘ବାଳୀ’। ସୂର୍ଯ୍ୟ ଏଣ୍ଟରଟେନ୍ମେଣ୍ଟ ବ୍ୟାନରର ଏହା ଦ୍ଵିତୀୟ ଓଡ଼ିଆ ଚଳଚ୍ଚିତ୍ର ହୋଇଥିବାରୁ ଏବଂ ପ୍ରଯୋଜକ ସୂର୍ଯ୍ୟକାନ୍ତ ସାମଲ ଓରଫ୍ ହାପି ନାୟକ ବନିଥିବାରୁ ଚଳଚ୍ଚିତ୍ରକୁ ନେଇ ତାଙ୍କର ଉତ୍ସାହ ଟିକେ ଅଧିକ ରହିଛି । ସେଥିପାଇଁ ଭଲ ତିଥି, ବାର ଦେଖି ରିଲିଜ୍ ତାରିଖ ଖୋଜୁଛନ୍ତି। ଏହି ଚଳଚ୍ଚିତ୍ରରେ ହାପି ମୁଖ୍ୟ ନାୟକ ଭୂମିକାରେ ରହିଛନ୍ତି। ପୂର୍ବରୁ ସେ ଚଳଚ୍ଚିତ୍ର ‘ଗୁଡୁ ଆଣ୍ଡ୍ ଗୁଡି’ରେ ନଜର ଆସିଥିଲେ । ତାଙ୍କର ପୂର୍ବ ସିନେମାଟି ପ୍ରେମ ଉପରେ ଆଧାରିତ ଥିଲାବେଳେ ‘ବାଳୀ’ରେ ଜବରଦସ୍ତ ଫାଇଟ୍ ସିନ୍ ରହିଛି। ଏଥିରେ ତାଙ୍କ ନାୟିକା ସାଜିଛନ୍ତି ମାମା ସାମଲ। ଥିଏଟରରେ କାମ କରିଥିବା ମାମାଙ୍କ ଏହା ପ୍ରଥମ ସିନେମା ଆଉ ହାପିଙ୍କ ସହ ଯୋଡ଼ି ବି ପ୍ରଥମ। ତେଣୁ ଉଭୟଙ୍କ ଉପରେ ସିନେପ୍ରେମୀଙ୍କ ନଜର ରହିଛି। ଏମାନଙ୍କ ଛଡ଼ା ଚଳଚ୍ଚିତ୍ରରେ ମନୋଜ ମିଶ୍ର, ଚିନ୍ତାମଣି ବିଶ୍ବାଳ, ସ୍ମିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ହରିହର ମହାପାତ୍ର, ଶୁଭ୍ରାଂଶୁ ନାୟକ ଏବଂ ଆହୁରି ଅନେକ ଜଣାଶୁଣା କଳାକାର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ନିକଟରେ ଟ୍ରେଲର ରିଲିଜ୍ ହୋଇଥିଲା ବେଳେ ଏହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଏବେ ସମସ୍ତଙ୍କ ଅପେକ୍ଷା ଚଳଚ୍ଚିତ୍ରକୁ ଏହାର କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡର ଚମ୍ପିଆନ୍ ନିର୍ଦ୍ଦେଶକ କେ. ମୂରଲୀକ୍ରିଷ୍ଣା। ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ ସି ଦେଇଥିଲା ବେଳେ କୋରିଓଗ୍ରାଫି କରିଛନ୍ତି ଲୁବୁନ୍ ଟୁବୁନ୍ । କ୍ୟାମେରା ପରିଚାଳନା ନରେନ୍ଦର ଗୌଡ଼ କରିଛନ୍ତି ଏବଂ ସମ୍ପାଦନା କରିଛନ୍ତି ରଞ୍ଜନ ଖଟେଇ।