କନ୍ଧମାଳ ରେ ଫେଲ୍ ମାରିଛି ସରକାରଙ୍କ ଯୋଜନା,କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା

Udaya_Labanya | October 25, 2021 | 83 views |0 | Breaking News



ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତ ଅନ୍ତର୍ଗତ ସୁଲେପଡା,ରୁଗୁଡିସାଇ, ଗାଁ ଲୋକେ ପାନୀୟ ଜଳ ରୁ ବଂଚିତ ହୋଇଛନ୍ତି l ବସୁ ଧା ଯୋଜନା ଫେଲ ମାରିଛି ଏଠାରେ l
ଗ୍ରାମ ବାସି ଙ୍କୁ ସ୍ୱଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ବସୁଧା ଯୋଜନାରେପାନୀୟ ଜଳ ପ୍ରକଳ୍ପ ପାଇଁ ଅନୁଦାନ ମଧ୍ୟ ଦେଇଛନ୍ତି ହେଲେ ଏ ସବୁ ଯୋଜନା ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଫେଲ ମାରିଛିl ଗାଁ ରେ ଟେପ ଅଛି, ହେଲେ ପାଣି ଆସୁନି, ଫଳରେ ଗ୍ରାମବାସୀ ପାନୀୟ ଜଳ ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି l
ସରକାର ବାବୁମାନଙ୍କ ଦୁର୍ନୀତି ପୂର୍ଣ୍ଣ ମନୋଭାବ , ଅବହେଳା, ତଥା ଦାଇତ୍ୱ ହୀନତା ଯୋଗୁଁ ସଫଳ ହେଉନି ଯୋଜନା l
ଆରମ୍ଭରୁ ପ୍ରକଳ୍ପ ଠିକ ଭାବେ ନ ଚାଲି ଅଚଳ ହୋଇ ପଡିରହିଛି ଫଳରେ 150 ରୁ ଉର୍ଦ୍ଧ ଗ୍ରାମ ବାସୀ ପାନୀୟ ଜଳ ସମସ୍ୟା ଯୋଗୁଁ ଅଞ୍ଚଳ ବାସୀ ହନ୍ତସନ୍ତ ହେଉଛନ୍ତି ବସୁଧା ଯୋଜନାରେ ଖର୍ଚ୍ଚ ହୋଇ ସାରିଲାଣି ଲକ୍ଷ ଲକ୍ଷ ଟଙ୍କା ହେଲେ ଆଜି ପର୍ଯ୍ୟନ୍ତ ସୁବିଧା ରୁ ବଞ୍ଚିତ ହେଉଛନ୍ତି ସୁଲେପଡା,ଲତପଙ୍ଗିଆ, ରୁଗୁଡ଼ିସାଇ,ଲୋକେ l
ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ତିଆରି କରିବାର ତିନିବର୍ଷ ବିତିଯାଇଥିଲେ ସୁଧା ଗାଁ କୁ ପାଣିମାତ୍ର ଦୁଇ ତିନି ଦିନ ଆସି ବନ୍ଦ ରହିଥିବା ଗ୍ରାମ ର ଶତୃଘ୍ନନ ଦିଗାଲ, ସୁଶାନ୍ତ କହଁର, କୃଷ୍ଣ ଚନ୍ଦ୍ର ଦିଗାଲ, ରଘୁନାଥ ଦିଗାଲ,ତୋଫାନ ଦିଗାଲ, ଅଭିଯୋଗ କରିଛନ୍ତି l
ବାରମ୍ବାର ପାଣି ସମସ୍ୟା ନେଇ ଦାବି କରୁଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନ ଥିବାଗ୍ରାମ ବାସୀ କହି ଛନ୍ତିl ତେଣୁ, ପ୍ରସାସନ ଏଥିପ୍ରତି ଦୃଷ୍ଟି ଦେଇ ବସୁଧା ଯୋଜନା ରେ ପାଣି ଯୋଗାଇଦେବାନିମନ୍ତେ ଦାବୀ ହେଉଛି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories