ଭୃଙ୍ଗିଯୋଡି ରେ ବିଜୁଜନତା ଦଳର ବୈଠକ

Udaya_Labanya | October 26, 2021 | 208 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )ଆଗକୁ ପଂଚାୟତ ନିର୍ବାଚନl ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁ ଦଳ ଅଂଟାଭିଡ଼ିଲେଣି l ଶାସକ ବି ଜେ ଡି ବା ଏଥିରୁ କିପରି ବାଦ ପଡିବ l

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ଗୋଷ୍ଠୀ କେନ୍ଦ୍ର ଠାରେ ମଙ୍ଗଳ ବାର ବିଜୁଜନତା ଦଳର ସାର୍ବଜନୀନ ବୈଠକ ଅନୁଷ୍ଠିତ ହୋଇଥିଲା କନ୍ଧମାଳ ଜ଼ିଲ୍ଲା ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 657 କୋଟି 57 ଲକ୍ଷ 4 ହଜାର ଟଙ୍କା ର ଦୁଇ ଗୋ ଟି ବୃହତ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁଅର୍ଥ ମଞ୍ଜୁର କରିଛନ୍ତିl ଭୃଙ୍ଗିଯୋଡି ଗ୍ରାମ ପଞ୍ଚାୟତ ମଧ୍ୟ ଏହି ପ୍ରକଳ୍ପ ରେ ଅନ୍ତର୍ଭୁକ୍ତ ତେଣୁ ବିଜୁଜନତା ଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତିଗ୍ରାମବାସୀ l ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ପୂର୍ବତନ ବିଧାୟକ ଦୁଗୁନି କହଁର, ପଞ୍ଚାୟତ ବିଜେଡ଼ି ସଭାପତି ଟ୍ରେସା ମଲ୍ଲିକ,ମାଇନର ଟି ବ୍ଲକ ସଭାପତି ଯୋହନ ଦିଗାଲ, ପୂର୍ବତନ ସରପଞ୍ଚ ବିଶ୍ଵାମ୍ବର କହଁର, ବରିଷ୍ଠ ବିଜେଡି କର୍ମୀ ବୈଷ୍ଣବ ବଗର୍ତ୍ତୀ,ଉମେଶ କହଁର,ସିମନ ଦିଗାଲ, କୈଳାଶ କହଁର, ଙ୍କ ସହ ବହୁ ବିଜେଡ଼ି କର୍ମୀ ନେତା ଓ ସ୍ଵଂୟ ସହାୟିକା ଗୋଷ୍ଠୀ ର ମହିଳା ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେl

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories