ଅହମଦ ନଗର ରୁ ବାହାରିଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳ ଙ୍କୁ ବରଗଡ ରେ ସମ୍ବର୍ଦ୍ଧନା

Udaya_Labanya | October 27, 2021 | 44 views |0 | Breaking News

ବରଗଡ (ଉଲାପ୍ର)ମହାରାଷ୍ଟ୍ର ର ଅହମଦ ନଗର ରୁ ବଙ୍ଗଳାଦେଶ ର ନୌଖାଲୀ କୁ ବାହାରି ଥିବା ସଦଭାବନା ସାଇକେଲ ଶୋଭାଯାତ୍ରା ଦଳ କୁ ଆଜି ବରଗଡ ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ଏହି ଶୋଭାଯାତ୍ରା ଦଳ ରାୟପୁର ରୁ ସୋହେଲା ଦେଇ ଆଜି ବରଗଡ ସହରରେ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ଟିଭିଏସ ମୋଟର୍ସ ସମ୍ମୁଖରେ ସ୍ଵାଗତ କରାଯିବା ସହ ସେମାନଙ୍କୁ ସହର ଦେଇ ସ୍ଥାନୀୟ ଟାଉନ ହଲ କୁ ପାଛୋଟି ନିଆଯାଇଥିଲା। ସେଠାରେ ଏକ ସାଧାରଣ ସଭା ସ୍ଥାନୀୟ ଲାୟନ୍ସ କ୍ଲବ ର ସଭାନେତ୍ରୀ ଅନୀତା ଲାଠ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଉଭୟ ଅତିଥି ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ଷଡ଼ଙ୍ଗୀ ଏହି ଶୋଭାଯାତ୍ରା ଦଳ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଶାନ୍ତି ଓ ଭ୍ରାତୃ ଭାବ ପ୍ରତିଷ୍ଠା ପାଇଁ ସେମାନଙ୍କ ଏହି ସଂକଳ୍ପ ଓ ଅଭିଯାନ କୁ ସାଧୁବାଦ୍ ଜଣାଇଥିଲେ। ଏହି ଶୋଭାଯାତ୍ରା ଦଳ ର ମୁଖ୍ୟ ଡ. ଗିରିଶ କୁଲକର୍ଣି ତାଙ୍କର ଏହି ଯାତ୍ରା ର ଉଦ୍ଧେଶ୍ୟ ଓ ବର୍ତ୍ତମାନ ଯାଏ କରିଥିବା ଯାତ୍ରା ର ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ। ଡ. କୁଲକର୍ଣି କହିଥିଲେ ଯେ ଆଜି ଭାରତ ବର୍ଷ ନିଜର ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବଙ୍ଗଳାଦେଶ ନିଜର ସ୍ଵାଧୀନତା ର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରୁଛି, ଏହି ସମୟରେ ଆମେ ଭାବିଲୁ ଯେ ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ବିଷୟରେ ସମାଜ ରେ କାର୍ଯ୍ୟ କରୁଥିବା ୧୦୦ ଜଣ ସ୍ବେଚ୍ଛାସେବୀ ଏକତ୍ରିତ ହୋଇ ୩୦୦ କିମି ସାଇକେଲ ଶୋଭାଯାତ୍ରା ରେ ବାହାରି ୫ ରାଜ୍ୟ ଓ ୨ ଦେଶ ପରିଭ୍ରମଣ କରି ଲୋକଙ୍କ ଭିତରେ ସଦଭାବନା ର ବାର୍ତ୍ତା ର ଆଦାନ ପ୍ରଦାନ କରିବୁ ବୋଲି ଏହି ଅଭିଯାନ ମହାରାଷ୍ଟ୍ରର ଅହମଦ ନଗର ରୁ ବାହାରି ଆଜି ବରଗଡ ରେ ପହଞ୍ଚିଛି।ସେ ଆହୁରି କହିଥିଲେ ଯେ ମହାତ୍ମା ଗାନ୍ଧୀ ଆମକୁ ସ୍ଵାଧୀନତା ଦେଇ ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରା ରେ ବସବାସ କରିବାର ସନ୍ଦେଶ ଦେଇଥିଲେ।ଆଜି କିନ୍ତୁ ଆମ ଦେଶରେ ଜାତି,ଧର୍ମ,ବର୍ଣ୍ଣ, ଭାଷା, ପ୍ରାନ୍ତ କୁ ନେଇ ବହୁ ଅପ୍ରୀତିକର ପରିସ୍ଥିତି ଉପୁଜିବା ଅତ୍ୟନ୍ତ କ୍ଷୋଭ ଓ ପରିତାପ ର ବିଷୟ ଅଟେ ।ଆମେ ସଦଭାବନା ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ପଥପ୍ରାନ୍ତ ନାଟକ,ସଭା,ଆଲୋଚନା ଚକ୍ର ମାଧ୍ୟମ ରେ ଜନ ସାଧାରଣ ଙ୍କୁ ମହାତ୍ମା ଗାନ୍ଧୀ ଙ୍କ ବାର୍ତ୍ତା ପହଞ୍ଚାଇ ଜନ ସାଧାରଣ ଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ଭ୍ରତୃତ୍ଵ ଭାବ ଉଦ୍ରେକ କରିବା କୁ ଚେଷ୍ଟା କରିଛି ବୋଲି ଡ. କୁଲକର୍ଣୀ କହିଥିଲେ। ସଭାରେ ଶୋଭାଯାତ୍ରା ଦଳ ଦେଶାତ୍ମବୋଧକ ନାଟକ, ସଙ୍ଗୀତ ପରିବେଷଣ କରିଥିଲେ। ସଭା ରେ ସେମାନଙ୍କୁ ଓ ଅତିଥି ମାନଙ୍କୁ ଆୟୋଜକ ମାନଂକ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶୋଭାଯାତ୍ରା ଦଳର ଡ.କୁଲକର୍ଣୀ, ଡ. ଅଙ୍କୁର ଆୱରା, ଡ. ମେଘା ମାହାର୍ଥି, ମାରୱାଡି ସମ୍ମେଳନ ର ସମ୍ପାଦକ କିଶନ ଅଗ୍ରୱାଲ, ବରଗଡ ଚେମ୍ବର ଅଫ କମର୍ସ ର ସଭାପତି ଦିଲୀପ ସାୱଡ଼ିଆ, ମାରୱାଡି ଯୁବା ମଞ୍ଚ ର ସଭାପତି ଦୌଲତ ପୋଦ୍ଦାର, ଜେଶିଆଇ ର ସଭାପତି ୟଶ ପଟୱାରି, ମାରୱାଡି ଯୁବା ମଞ୍ଚ ଜାଗୃତି ଶାଖା ର ସଭାନେତ୍ରୀ ମଧୁ ଜୈନ, ଲାୟନ୍ସ କ୍ଲବ ରୋସନି ର ସଭାନେତ୍ରୀ ରେଖା ଅଗ୍ରୱାଲ, ଇନର ହୁଇଲ କ୍ଲବ ର ସଭାନେତ୍ରୀ ରିଚା ପିପ୍ଲାନୀ ପ୍ରମୁଖ ମଞ୍ଚାସିନ ଥିଲେ। ସଭାରେ ସହର ର ବହୁ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଶୋଭାଯାତରାରେ ସାମିଲ ସ୍ବେଚ୍ଛାସେବୀ ଙ୍କୁ ଉତ୍ସାହିତ କରିଥିଲେ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories