ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକଲା ବିଜେପି

Udaya_Labanya | October 27, 2021 | 123 views |0 | Uncategorized


ଫୁଲବାଣୀ-(ସୁନୀଲପଟନାୟକ)
ବହୁ ଚର୍ଚିତ ମମିତା ମେହର ହତ୍ୟାକାଣ୍ଡ ମାମଲାର ପୋଲିସ ଜାଣି ଶୁଣି ଅଭିଯୁକ୍ତମାନଙ୍କୁ ଗିରଫ ନକରିଘଣ୍ଟ ଘୋଡାଉଥିବା ଓ ତଦନ୍ତ ନାମରେ ଦିନ ଗଡ଼ାଇବା ନେଇ କନ୍ଧମାଳ ବିଜେପି ଅଭିଯୋଗ କରି ଏହି ମାମଲା ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବୀ କରିଛି । ସିବିଆଇ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ଦୋଷୀ ବନ୍ଧାହେବେ ଆଉ ମମିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି .. ଜିଲ୍ଲା ସଭାପତି ଜଗନାଥ ସାହୁ,ବରୀଷ୍ଠବିଜେପି ନେତା କମଳାକାନ୍ତ ପାଣ୍ଡେ, ଭଗବାନ ମହାନ୍ତି, ରମେଶ ମହାନ୍ତି ଦେବ ନାରାୟଣ ପ୍ରଧାନ, ପ୍ରମୁଖ କହିଛନ୍ତି । ସେହିପରି ହତ୍ୟାକାଣ୍ଡରେ ମନ୍ତ୍ରୀ ସଂପୃକ୍ତ ଥିବା ଅଭିଯୋଗ କରି ଗିରଫଦୀବୀ କରିଥିଲେ। ବୁଧବାର ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ଵରେ ଶତାଧିକ ନେତା ଓ କର୍ମୀ, ମହିଳା ମୋର୍ଚା କର୍ମୀ ରାଲିରେ ଆସି ଏସପି ଅଫିସ୍ ଆଗରେ ନାରାବାଜି ଦେଇ ଦୀର୍ଘ ସମୟଧରି ଘେରାଉ କରି ରଖିଥିଲେ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories