#Breaking News

ଢେଙ୍କାନାଳ ବିଜୁ ମହିଳା ଜନତା ଦଳର ଅହେତୁକ ଦର ଦାମ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ସଭା

ଢେଙ୍କାନାଳ(ଉଲାପ୍ର) ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ , ଖାଇବା ତେଲ , ଡାଲି ସମେତ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଦାମ ଅହେତୁକ ବୃଦ୍ଧି ଯୋଗୁ ସମସ୍ତ ଜିଲ୍ଲାରେ ପ୍ରତିବାଦ ସଭାମାନ ଅନୁଷ୍ଠିତ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ଅବସରରେ ଢେଙ୍କାନାଳ ବିଧାୟକ ସୁଧର କୁମାର ସାମଲ ଓ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ବିଜୁ ମହିଳା ଜନତା ଦଳ ସଭାପତି ସାଗରୀକା ମିଶ୍ର ଓ କାର୍ଯ୍ୟକାରୀ ସଭାପତି ରୁବି ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏବଂ ଯୁବ ବିଜେଡ ଓ ଛାତ୍ର ବିଜେଡିର ସହେଯାଗରେ ସୋମବାର ପୁର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନିଶ୍ଚିତ ହୋଇଥିଲା । ଏହି ସଭାରେ ରାଜ୍ୟ ଓ ଜିଲ୍ଲା ଏବଂ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର କର୍ମକ ମାନଙ୍କ ସମେତ ବହୁ ମହିଳା , ଯୁବ , ଓ ଛାତ୍ର ଏବଂ ବିଜେଡି ନେତୃମଣ୍ଡଳୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଥିଲେ । ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଯୋଗଦେଇ କେନ୍ଦ୍ର ସରକାର ବିରୁଦ୍ଧରେ କହିଥିଲେ ଯେ କେନ୍ଦ୍ର ସରକାର ନିର୍ବାଚନ ସମୟରେ ଯୋଉଁ ପ୍ରତିଶୃତି ଦେଇଥିଲେ ସେ ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି ଏବଂ ସାଧାରଣ ଲୋକଙ୍କୁ ଧୋକା ସାବ୍ୟସ୍ତ ହୋଇଛି । ଏ ସରକାରର କାର୍ଯ୍ୟ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଏହାକୁ ଆମେ ଦୃଢ଼ ଭାବରେ ନିନ୍ଦା କରୁଛୁ । ଯଦି ଦରଦାମ ନିୟନ୍ତ୍ରଣରେ କେନ୍ଦ୍ରସରକାର ସୁଧାର ନ ଆଣେ ତେବେ ଆଗାମୀ ଦିନରେ ଜନାଧାରଣ ଏହାର ଜବାବ ଦେବେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଉପ – ସଭାପତି ସାଇଶ୍ରୀ ପଟ୍ଟନାୟକ , ବିଜୁ ଜନତା ଦଳ କୃଷକ ଶାଖା ସଭାପତି ନରୋ ମ ସାହୁ , ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର , ଯୁବନେତା ଶ୍ରୀକାନ୍ତ ଧଳ , ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶଶିକାନ୍ତ ମିଶ୍ର , ବିଜୁ ଛାତ୍ର ଜନତା ଦଳ ସଭାପତି ସୁରଜ ମହାପାତ୍ର , ପୁର୍ବତନ ନଗରପାଳ ସୁଧାଶୁ ଦଳେଇ , ରମେଶ ସାମଲ , ଯୁବ ବିଜେଡି ନଗର ସଭାପତି ବିନୋଦ କୁମାର ମହାନ୍ତି , ଆଲଟି ସଂଯୋଜକ ଗଙ୍ଗାଧର ରାଉତ , ଆଇନ ଜୀବି ପ୍ରଦ୍ୟୁମ୍ନ ନାଏକ , ପ୍ରଦୀପ ପଟ୍ଟନାୟକ , ରଞ୍ଜନ ନାୟକ , ମହିଳା ବିଜେଡି ଜିଲ୍ଲା ଉପ – ସଭାପତି ପୁର୍ଣିମା ଚାନ୍ଦ ସାହୁ , ଜିଲ୍ଲା ପରିଷଦ ସଦସ୍ୟା ଅର୍ଜନା ସହୁ , ଗଁଦିଆ ବ୍ଲକ ସଭାନେତ୍ରୀ ଗିତାଞ୍ଜଳୀ ଭୂୟାଁ , ସଦର ବ୍ଲକ ସଭାପତି ସୁନୀତା ସାହୁ , ସାଧାରଣ ସମ୍ପାଦିକା ପ୍ରଣତି ପଣ୍ଡା , ଶ୍ରଦ୍ଧାଞ୍ଚଳୀ ସାହୁ , ସାଧାରଣ ସମ୍ପାଦିକା ସଂଯୁକ୍ତା ହୋତା , ଗୋଲାପ ସାହୁ , ନଗର ବିଜେଡି ମହିଳା ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ , ମାମିନା ଦିକ୍ଷିତ , ମାମାଲି ସାହୁ , ଅନୁସୟା ଦଳେଇଙ୍କ ସମେତ ବିଜୁ ମହିଳା ଜନତା ଦଳର ବହୁ ମହିଳା ନେତୃମଣ୍ଡଳୀ ଯୋଗଦାନ କରିଥିଲେ । ଶେଷରେ ଜିଲ୍ଲା ମହିଳା ଉପ – ସଭାନେତ୍ରୀ ଉର୍ବଶୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦରଦାମ ନିୟନ୍ତ୍ରଣ ସମ୍ପର୍କରେ ଏକ ଦାବୀ ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିହ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏବଂ ସଭା ପୁରାମ୍ଭରେ ଗୋପବନ୍ଧୁ ଟାଉନ ହଲ ଠାରୁ ମହିଳାମାନଙ୍କର ଏକ ବିଶାଳ ଶୋଭାଯାତ୍ରା ସଭାସୁଳ ପର୍ଯ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରାରେ ଗ୍ୟାସ ସିଲିଣ୍ଡରକୁ ଧରି ପ୍ରତିବାଦ କରିବାସହ କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା ।

Leave a comment

Your email address will not be published. Required fields are marked *