ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବିଜେଡି ର ରଣହୁଙ୍କାର

Udaya_Labanya | November 1, 2021 | 18 views |0 | Breaking News


ବରଗଡ଼(ଉଲାପ୍ର)
ପେଟ୍ରୋଲ ,ଡିଜେଲ,ରନ୍ଧନ ଗ୍ୟାସ ତଥା ଖାଉଟି ମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଅତିବିରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ଛ ଟାରୁ ଅପରାହ୍ନ ଦୁଇ ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ସ୍ଥାନୀୟ ବିଧାୟିକା ତଥା ବିଜୁ ଜନତା ଦଳ ମହିଳା ଶାଖାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନେତୃତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କେନ୍ଦ୍ର ସରକାର ଙ୍କ ମନମୁଖୀ ଦରବୃଦ୍ଧିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ମାଗଣା ଗ୍ୟାସ ଦିଆଯାଉଛି ବୋଲି କହି କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି ,ହେଲେ ଲୋକେ ଏବେ ଏକ ହଜାର ଟଙ୍କା ଲେଖାଏଁ ଗ୍ୟାସ ସିଲିଣ୍ଡର କିଣୁଛନ୍ତି । ଗରିବ ଙ୍କ ପାଇଁ ଏବେ ଚୁଲି ଜଳିବା କଷ୍ଟକର ହେଲାଣି ବୋଲି ବକ୍ତା ମାନେ ବର୍ଷି ଥିଲେ। ଡିଜେଲ,ପେଟ୍ରୋଲ,ଖାଇବା ତେଲ ତଥା ଖାଉଟି ର ଅତ୍ୟାବଶ୍ୟକ ସାମଗ୍ରୀ ଆଦିର ବୃଦ୍ଧି ଯୋଗୁଁ ଆଜି ର ଦିନ ରେ ସାଧାରଣ ଲୋକଙ୍କଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏମିତି ବୃଦ୍ଧି ହୋଇ ଚାଲିଥିଲେ ଗରିବ ଲୋକଙ୍କ ଘରେ ଆଉ ଚୁଲି ଜାଳିବା ବି ବନ୍ଦ ହୋଇଯିବ ବୋଲି କହିଥିଲେ। ଧାରଣା ସ୍ଥଳରେ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ଓ ଅତାବିରା ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଙ୍କୁ ଏକ ଦାବିପତ୍ର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ଏହି ଧାରଣା ରେ ବିଜେଡି ରାଜ୍ୟ ମହିଳା ଉପ ସଭାନେତ୍ରୀ ସୁଜାତା ପଣ୍ଡା,ରାଜ୍ୟ ସମ୍ପାଦିକା କେ ସରସ୍ଵତୀ,ବ୍ଲକ ମହିଳା ସଭାପତି ଝରଣା କର୍ଣ୍ଣ, ଜିଲ୍ଲା ମହିଳା ସମ୍ପାଦିକା କବିତା ସାହୁ,ସାଧାରଣ ସମ୍ପାଦିକା ତିଳୋତ୍ତମା ମେହେର,ବ୍ଲକ ଅଧ୍ୟକ୍ଷା ରିତା ସାହୁ,ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳି ଭୋରାସାଗର, ଉପାଧ୍ୟକ୍ଷ୍l ଜ୍ୟୋତିର୍ମୟୀ ଦାଶ,ସରପଞ୍ଚ ସୁବଳୟା ଭୁଏ ,ଜ୍ୟୋତିର୍ମୟୀ ନାଏକ , ପି ଏସ ଜୟନ୍ତୀ ମେହେର, ପ୍ରଣତି ପ୍ରଧାନ,ଯୁବ ସଭାପତି ସିଦ୍ଧାର୍ଥ ପଣ୍ଡା,ସମ୍ପାଦକ ଖିରୋଜ୍ ନାଏକ, କାର୍ତ୍ତିକ ବାରିକ୍,ବ୍ଲକ କାର୍ଯ୍ୟକାରୀ ସଭାପତି ରଘୁ ବାରିକ୍,ଏନ୍ ଏ ସି ସଭାପତି ଟଙ୍କ ଦାସ, ସତ୍ୟ ମିଶ୍ର,ଦୁର୍ଯ୍ୟୋଧନ ଗଡତୀଆ,ବନମାଳୀ ବରିହା,ମନୋଜ ପ୍ରଧାନ,ଗଣେଶ ସାହୁ,ସୁଶାନ୍ତ ମିଶ୍ର,ବଳଦେବ ସ୍ୱାଇଁ,ଏମ୍ ମାଲେସୁ ସମେତ ଶତାଧିକ ମହିଳା ଓ ଯୁବକ ଏହି ଧାରଣାରେ ସାମିଲ ଥିଲେ

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories