ଭାଜପା ର ୮ ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ମମିତା ମେହେର ହତ୍ୟା ଘଟଣାର ତଦନ୍ତ ରେ ପୋଲିସ ର ବାଟବଣା ଏବଂ ତୋରା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଶିତଳତା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବନ୍ଦ କରିଥିଲେ। ଜିଲ୍ଲା ର ୧୨ ଟି ବ୍ଲକ ତଥା ଜିଲ୍ଲା ସଦର ମହକୁମା ସ୍ଥିତ ସମସ୍ତ ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ ବନ୍ଦ୍ ରହିଥିଲା। ୬ନମ୍ବର ଜାତୀୟ ରାଜପଥ କୁ ଅତାବିରା, ବରଗଡ଼, ସୋହେଲା ଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ଅବରୋଧ କରିଥିଲେ। ଫଳରେ ବହୁ ଯାନବାହାନ ଅଟକି ରହିଥିଲା। ସେହିପରି ସଦର ମହକୁମା ଠାରେ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଟାୟାର ଜାଳି ରାସ୍ତା ରୋକ ଆନ୍ଦୋଳନ କରିଥିଲେ। ଭଟଲି ବ୍ଲକ ଅଞ୍ଚଳରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ ଙ୍କ ନେତୃତ୍ବରେ କର୍ମୀମାନେ ବନ୍ଧରେ ସାମିଲ୍ ଥିଲେ। ସୋହେଲା ଠାରେ ଜିଲ୍ଲା ଉପ ସଭାପତି ସୁଶାନ୍ତ କୁମାର ମିଶ୍ର ଙ୍କ ନେତୃତ୍ବରେ ବନ୍ଦ ପାଳନ କରିଥିଲେ। ଅତାବିରା ରେ ମିଳନ ସେଠଙ୍କ ନେତୃତ୍ବରେ କର୍ମୀମାନେ ବନ୍ଦ୍ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































