ଭାଜପା ର ୮ ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ

Udaya_Labanya | November 1, 2021 | 66 views |0 | Uncategorized


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ମମିତା ମେହେର ହତ୍ୟା ଘଟଣାର ତଦନ୍ତ ରେ ପୋଲିସ ର ବାଟବଣା ଏବଂ ତୋରା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଶିତଳତା ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବନ୍ଦ କରିଥିଲେ। ଜିଲ୍ଲା ର ୧୨ ଟି ବ୍ଲକ ତଥା ଜିଲ୍ଲା ସଦର ମହକୁମା ସ୍ଥିତ ସମସ୍ତ ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ ବନ୍ଦ୍ ରହିଥିଲା। ୬ନମ୍ବର ଜାତୀୟ ରାଜପଥ କୁ ଅତାବିରା, ବରଗଡ଼, ସୋହେଲା ଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ମାନେ ଅବରୋଧ କରିଥିଲେ। ଫଳରେ ବହୁ ଯାନବାହାନ ଅଟକି ରହିଥିଲା। ସେହିପରି ସଦର ମହକୁମା ଠାରେ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଟାୟାର ଜାଳି ରାସ୍ତା ରୋକ ଆନ୍ଦୋଳନ କରିଥିଲେ। ଭଟଲି ବ୍ଲକ ଅଞ୍ଚଳରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ ଙ୍କ ନେତୃତ୍ବରେ କର୍ମୀମାନେ ବନ୍ଧରେ ସାମିଲ୍ ଥିଲେ। ସୋହେଲା ଠାରେ ଜିଲ୍ଲା ଉପ ସଭାପତି ସୁଶାନ୍ତ କୁମାର ମିଶ୍ର ଙ୍କ ନେତୃତ୍ବରେ ବନ୍ଦ ପାଳନ କରିଥିଲେ। ଅତାବିରା ରେ ମିଳନ ସେଠଙ୍କ ନେତୃତ୍ବରେ କର୍ମୀମାନେ ବନ୍ଦ୍ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ରୋଟାରୀ କ୍ଲବ ପକ୍ଷରୁ ଛାତ୍ର ଛାତ୍ରୀପୁରସ୍କୃତ

Udaya_Labanya | September 25, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ରବିବାରଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଲବ ର ସମ୍ମିଳନୀ କକ୍ଷ ଠାରେସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବେସିକ ଏଜୁକେସନ ଉପରେ ହୋଇଥିବା ଏକ ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁମାନପତ୍ର, କପ, ଅର୍ଥ ରାଶି ପ୍ରଦାନ…

ଫୁଲବାଣୀ ରେ ଚକ୍ଷୁ ଚିକିତ୍ସା ଶିବିର, ୪୩ଜଣ…

Udaya_Labanya | September 25, 2022 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସମ୍ମିଳନୀ କକ୍ଷରେ ମହାନଦୀ ନେତ୍ର ଚିକିତ୍ସାଳୟ ଆନୁକୂଲ୍ୟରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ରେ ୨୦୦ରୁ…

Leave a Reply

Your email address will not be published. Required fields are marked *

Archives

Categories