#Breaking News

ବରଗଡ ଜିଲ୍ଳାରେ ଅହେତୁକ ନିଶା କାରବାର ଉପରେ ଅଙ୍କୁଶ,ସାଧାରଣ ଜନତା, ପୋଲିସ ର ସୁରକ୍ଷା ଦାବୀ କଲା ସମ୍ବିଧାନ ସୁରକ୍ଷା ମଂଚ


ବରଗଡ଼(ଉଲାପ୍ର)ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ବେଳେ ବରଗଡ଼ ସହର ଓ ଅନ୍ୟ ବ୍ଲକରେ ନିଶା କାରବାର ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି । ଯୁବକ ମାନେ ମୁଖ୍ୟତଃ ଏହି ନିଶା ସେବନ ରେ ଗ୍ରାସ ହୋଇ ନିଜ ଜୀବନକୁ ଖରାପ କରିବା ସହ ପରିବାର ଓ ସମାଜ ଉପରେ ବିପଦ ସୃଷ୍ଟି କରୁଛନ୍ତି । ଏପରିକି ପୋଲିସ ମଧ୍ୟ ଏହାର ଆକ୍ରୋଶ ର ଶିକାର ହେଉଛନ୍ତି । ତେଣୁ ଏହି ବ୍ୟାଧି କୁ ନିରାକରଣ କରିବା ପାଇଁ ଏକ ମିଳିତ ଉଦ୍ୟମ ଆବଶ୍ୟକ ଥିବାବେଳେ ଯେଉଁମାନେ ଏହି ନିଶା କାରବାର ରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆବାହକ ପବିତ୍ର ଦେହେରି, ରମେଶ ମହାପାତ୍ର, ସିବାନନ୍ଦ ମଟାରି, ଭବାନୀ ସାହୁ, ମରିୟମ ବାର୍ଳା ମାନେ ଏହି ଅତିରିକ୍ତ ଏସ୍ ପି ଙ୍କୁ ଭେଟିଛନ୍ତି ।

Leave a comment

Your email address will not be published. Required fields are marked *