#Breaking News

ଫୁଲବାଣୀ ପୂର୍ତ୍ତ ବିଭାଗ ର ୩ ଯନ୍ତ୍ରୀ ଙ୍କ ବଦଳି


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ପୂର୍ତବିଭାଗ ର ୩ ଜଣ ଯନ୍ତ୍ରୀ ଙ୍କ ବଦଳି ହୋଇଛି l ସେମାନେ ହେଲେ କନିଷ୍ଠ ଯନ୍ତ୍ରୀ ଇଂ. ଉମା କାନ୍ତ ପୃଷ୍ଟି, ସହକାରୀ ଯନ୍ତ୍ରୀ ଇଂ ସରୋଜ ପାଢ଼ୀ ଓ କଳିଙ୍ଗା ସହକାରୀ ଯନ୍ତ୍ରୀ ଇଂ. ଅରୁଣ କୁ ମାର ସାହୁ l
ଏମାନଙ୍କ ନାମରେ ପୂର୍ବରୁ ବହୁ ଦୁର୍ନିତୀ ଓ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା l
ସହକାରୀ ଯନ୍ତ୍ରୀ ଅରୁଣ ସାହୁ ଙ୍କ ନାମରେ ଜି. ଉଦୟଗିରି ବିଧାୟକ ସରକାର ଙ୍କୁ ଚିଠି ଲେଖି ଥିବା ବେଳେ ସରୋଜ ଙ୍କ ନାମରେ ଫୁଲବାଣୀ ବିଧାୟକ ସରକାର ଙ୍କୁନିକଟରେ ଚିଠି ଲେଖିଥିଲେ lଫଳରେ ବିଧାୟକ ମାନଙ୍କ ପତ୍ର କୁ ଗୁରୁତ୍ୱ ଦେଇ ସର କାର ଏବେ ବଦଳି କରିଛନ୍ତି l
ଏମାନଂକୁ ତୁରନ୍ତ ରିଲିଭ କରିବାକୁ ଦାବୀ ହେଉଥିବାବେଳେ ଏମାନେ ପୁଣି ବଦଳି ଅର୍ଡ଼ର ବାତିଲ କରି ରହିବାକୁ ଉଦ୍ୟମ କରୁଥିବା ଶୁଣିବାକୁ ମିଳୁଛି l
ଏହି ୩ ଜଣ ଯନ୍ତ୍ରୀ ଙ୍କ ସ୍ଥାନ ରେଅନ୍ୟ କାହାରିକୁ ଅର୍ଡ଼ର ହୋଇନଥିବା ଜଣାପଡିଛି l
ସୂଚନା ଯୋଗ୍ୟ ଯେ, ଇଂ. ଅରୂଣ ସାହୁ ଙ୍କୁ ମାଲକାନ ଗିର ବଦଳି ହୋଇଥିବା ବେଳେ ଉମାକାନ୍ତ ଙ୍କୁ ଗଂଜାମ ଓ ସରୋଜ ଙ୍କୁ ଗଜପତି ଜ଼ିଲ୍ଲା କୁ ବଦଳି ହୋଇଥିବା ଜଣାପଡିଛି l
ସୂଚନା ଯୋଗ୍ୟ ଯେ ଇଂ ସରୋ ଜ ପାଢ଼ୀ ଙ୍କ ଅବସର ସମୟ ମାତ୍ର ଛମାସ ଅଛି ll ଏଣୁ ସରୋଜ ଙ୍କ ବଦଳି କାର୍ଯ୍ୟ କାରି ହେବ କିନାହିଁ ସଂଦେହ ସୃଷ୍ଟି ହୋଇଛି l

Leave a comment

Your email address will not be published. Required fields are marked *