ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

Udaya_Labanya | November 5, 2021 | 71 views |0 | Breaking News


ବରଗଡ଼((ଉଲାପ୍ର)
ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ,ଭେଡେନ,ବରଗଡ଼
ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସ୍ବର୍ଗତା ଧର ଙ୍କ ସ୍ଵାମୀ ଭୁବନେଶ୍ବର ଧର ଫିତା କାଟି ଉଦ୍ଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ସ୍ୱର୍ଗତା ଧର ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଶିବିର ରୁ ବୁର୍ଲା ଭଣ୍ଡାର ଦ୍ୱାରା ସର୍ବମୋଟ୍ ୪୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ୧୨ଜଣ ମହିଳା ରକ୍ତ ଦାନ କରିଥିବା ବେଳେ ତିନିଯୋଡ଼ା ପତି ପତ୍ନୀ

ରକ୍ତ ଦାନ କରିଥିଲେ। ସ୍ୱର୍ଗତା ଶୈଳବାଳା ଧର ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିଲେ, ଯେଉଁ ଥିରେ ଦୁଇ ଜଣ ଅନ୍ଧ ଦୁନିଆଁ ର ରଙ୍ଗୀନ ଆଲୋକ ଦେଖିଲେ ତା ସହ ତାଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ତାଙ୍କ ସ୍ବାମୀ ଭୁବନେଶ୍ବର ଧର, ପୁଅ ପ୍ରଦୀପ ଧର, ଝିଅ ସୁନିତି ଧର ଙ୍କ ସମେତ ପୁରା ପରିବାର ବର୍ଗ ଙ୍କୁ ସ୍ୱର୍ଗତା ଙ୍କ ଉଦ୍ୟେଶ ରେ ସ୍ମୃତି ଫଳକ ଓ ମାନପତ୍ର ଦେଇ ନିଷ୍ଠା ପରିବାର ତରଫ ରୁ ମରଣୋତ୍ତର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର ରେ ନିଷ୍ଠା ପରିବାର ର ଉପଦେଷ୍ଠା ଉମେଶ ପ୍ରଧାନ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ଚିତ୍ର ପ୍ରଧାନ,ଲୋକନାଥ ସାହୁ, ହେମାଞ୍ଚଲ ସାହୁ, ଶତ୍ରୁଘ୍ନ ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories