#Breaking News

ଅଦା ଚାଷ କରି ସ୍ଵାବଲମ୍ବୀ ହେଲେ ଡଙ୍ଗର କହଁର


ଫୁଲବାଣୀ(ସୁନୀଲ ପଟନାୟକ )
ହାଟରୁମାତ୍ର ୧୦ଟଙ୍କାର ଅଦା କିଣିଥିଲେ। ଆଉ ସେଥିରୁ କିଛି ଅବା ସେ ନିଜ ବାରିରେ ଲଗାଇଥିଲେ । ସେଥିରୁ ବଢିଏବେ ଏକର ରୁ ଉର୍ଦ୍ଧ୍ଵ ଅଞ୍ଚଳରେ ଅଦା ଗଛ ବ୍ୟାପୀ ଗଲା । ଆଉ ଏବେ ୪ରୁ ୫କୁଇଣ୍ଟାଲ ଅଦା ଅମଳ କରି ସ୍ଵାବଲମ୍ବୀ ହୋଇ ପାରିଛନ୍ତି ଫିରିଙ୍ଗିଆର ଡଙ୍ଗର କହଁର,

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରଡ଼ଙ୍ଗର କହଁର।ଆଗରୁମୁଲ ଲାଗି ଚଳୁଥିଲେ । ହେଲେ ଏବେ ଅଦା ଚାଷ ତାଙ୍କ ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇ ଦେଇଛି । ଅଦା ଚାଷ କରି ସେ ଏବେ ଭଲ ଦି ପଇସା କମାଉଛନ୍ତି । ସରକାରି ପ୍ରୋତ୍ସାହନ ମିଳିଲେ ଡ଼ଙ୍ଗର ଅଧିକ ଜମିରେ ଅଦା ଚାଷ କରିଥ।ନ୍ତେ ବୋଲି କହିଛନ୍ତି. I

ପ୍ରାୟ ୩ ବର୍ଷ ତଳେ ଡ଼ଙ୍ଗର ଓ ତାଙ୍କ ସ୍ତ୍ରୀ ମିଶି ଫିରିଙ୍ଗିଆ ହାଟକୁ ଯାଇଥିଲେ । ଜିନିଷପତ୍ର କିଣିବା ସହ ହାଟରୁ ୧୦ ଟଙ୍କା ର ଅଦାକିଣି ଆଣିଥିଲେ । ସେହି ଅଦାରୁ କିଛି ରୋଷେଇରେ ବ୍ୟବହାର କରିବା ପରେ ବଳକା ଖଣ୍ଡକୁ ବାରିପଟ ଖତଗଦାରେ ଲଗାଇଦେଲେ । କିଛିଦିନ ପରେ ସେହି ସ୍ଥାନରେ ମାଡି ଯାଇଥିଲା ଅଦା ଗଛ। ଅଦା ଗଛ ଛନଛନିଆ ହୋଇ ବଢିବା ଦେଖି ତାର ଯତ୍ନ ନେଇଥିଲେ ଡ଼ଙ୍ଗର ଓ ତାଙ୍କ ପତ୍ନୀ ।ଆଉ ପରେ ଭଲ ଅଦା ଉତ୍ପାଦନ ହୋଇଥିଲା । ସେହିଦିନଠାରୁ ଗଲା ୩ /୪ବର୍ଷ ହେଲା ସେ ଅଦା ଚାଷ କରି ଆସୁଛନ୍ତି । ଉତ୍ପାଦିତ ଅଦା କିଲେ । ପିଛ।
ଶହେରୁ ଶହେ କୋଡିଏ ଟଙ୍କାରେ ସ୍ଥାନୀୟ ବଜାରରେ ବିକ୍ରି କରୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ସୁବ୍ରତ ମହାନ୍ତି l

ଡ଼ଙ୍ଗରଙ୍କୁ ଆବଶ୍ୟକୀୟ ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ପରିମାଣର ଉତ୍ପାଦନ କରିପାରନ୍ତେ ବୋଲି ଡଙ୍ଗର ଙ୍କ ସ୍ତ୍ରୀ ଭାନୁମତୀ କହଁର କହିଛନ୍ତି l

Leave a comment

Your email address will not be published. Required fields are marked *