#Breaking News

ବିରଳ କୃତିତ୍ଵ ଚକଖଡିରେ କୁନି ରଥ କରି ଏସିଆ ଗ୍ରୀ ନିଜ ବୁକ୍ ଅଫ ରେକର୍ଡ଼ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ପ୍ରତ୍ୟୁଷ


ଫୁଲବାଣୀ- (ସୁନୀଲ ପଟନାୟକ)
ଆପଣ ବଡ଼ବଡରଥ ଦେଖିଥିବେ ହେଲେ କୁନି ରଥ ବୋଧହୁଏ ଦେଖିନଥିବେ ।
ଫୁଲବାଣୀ ସହ ର ର ଜଣେ ଯୁବକ ଅତି ସୁନ୍ଦର ଭାବେ କୁ ନି ରଥ ନିର୍ମାଣ କରି ଏସିଆ ଗ୍ରୀ ନିଜ ବୁକ୍ ଅଫ ରେ କର୍ଡ଼ ଓ ଇଣ୍ଡିଆ ବୁକ ଅଫ ରେ କର୍ଡ଼ରେ ସଫଳତାର ସହ ସ୍ଥାନ ପାଇଛନ୍ତି ।ସେ ଚକଖଡିରେ ଛୁଞ୍ଚି ସାହାଯ୍ୟରେ ଖୋଦେଇ କରିଛନ୍ତି । ଏହି ରଥ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ରଥର ଉଚ୍ଚତା . ୨.୫ସେ ମିହୋଇଥିବାବେଳେ ଚଉଡ଼ା ୧.୯ସେମି । ଏହା ପୃଥିବୀର ସବୁଠୁ ଛୋଟରଥ ବୋଲି କହିଛନ୍ତି। ରଥଯାତ୍ରା ଅବସରରେ ସେ ଏହି କୁନି ରଥ ବନେଇଥିଲେ ବୋଲି କହିଛନ୍ତି। କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡି ରବିବାର ପ୍ରତ୍ୟୁଷକୁ ମେଡ଼ାଲ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ପୁରସ୍କାର ପାଇ ପ୍ରତ୍ୟୁଷ ବେଶ ଖୁସି ଅନୁଭବ କରିବା ସହପିଲାବେଳଠୁକଳା ପ୍ରତି ତାଙ୍କର ଆଗ୍ରହ ଥିଲା। ଆଉ ସେ ପିଲାଟି ବେଳୁ ସେ ବିଭିନ୍ନ ପ୍ରକାର କଳାକୃତି କରି ଆସୁଥିଲେ ବୋଲି କହିଛନ୍ତି ।
ଆଗକୁ ସେ କରିଥିବା ବିଭିନ୍ନ କଳାକୃତିକୁ ନେଇ ପ୍ରଦର୍ଶନୀ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଭବିଷ୍ୟତରେ ସେ ଜଣେ ଡ଼ିଜାଇନରହେବାକୁ ଚାହୁଁଥିବା କହିଛନ୍ତି ।
ପ୍ରଥମେ ପ୍ରଥମେ ପାଠନଷ୍ଟ ହେବ ଭାବି ପସନ୍ଦ କରୁ ନ ଥିଲେ ହେଁ ବର୍ତ୍ତମାନ କିନ୍ତୁ
ପୁଅର ସୁନ୍ଦର କଳାକୃତୀ ପାଇଁ ପୁରସ୍କୃତ ହୋଇଥିବା ରୁ ଏବେ ବାପା ମାଓ ପରିବାର ଲୋକେ ମଧ୍ୟ ବେଶ ଖୁସି ଅନୁଭବ କରୁଥିବା ଦେଖାଯାଇଛି।

Leave a comment

Your email address will not be published. Required fields are marked *