ମମିତା ହତ୍ୟାକାଣ୍ଡ, ମନ୍ତ୍ରୀ ଙ୍କ ଗିରଫ ଦାବୀ କରି ବିଜେପି ପକ୍ଷରୁ ବିକ୍ଷୋଭ

Udaya_Labanya | November 8, 2021 | 41 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ
ମମିତା ମେହେର ହତ୍ୟାକାଣ୍ଡ ଏବଂ ମହାଲିଙ୍ଗ କଲେଜରେ ଯୌନ କେଳେଙ୍କାରୀ ପରିପ୍ରେକ୍ଷୀରେ ମନ୍ତ୍ରୀ ଙ୍କ ସମ୍ପୃକ୍ତିର ଉପଯୁକ୍ତ ତଦନ୍ତ ଓ ବହିସ୍କାର ଦାବୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ଫୁଲବାଣୀ ସମେତ ସମଗ୍ର ଜ଼ିଲ୍ଲାର ସମସ୍ତ ବ୍ଲକ ସଦରମହକୁମା ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଅସମ୍ଭବ ନିରବତା ସମଗ୍ର ଓଡ଼ିଶା ବାସୀଙ୍କୁ ସ୍ତବ୍ଧ କରିଛି ।
ପୁଣି ଏହି ସମୟରେ ନିଜର କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମର ଦାୟିତ୍ଵ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଦେଇ, ଓଡ଼ିଶାବାସୀଙ୍କ ଅଭିଯୋଗକୁ ଘଣ୍ଟ ଘୋଡାଇବାକୁ ପ୍ରୟାସ କରିବା କଟା ଘା’ରେ ଚୁନ ଦେଵା ସଦୃଶ ବୋଲି ବି ଜେ ପି ନେତା ଦେବ ନାରାୟଣ ପ୍ରଧାନ ଜ଼ିଲ୍ଲା ବି ଜେପି ଉପ ସଭାପତି ରମେଶ ମହାନ୍ତି,ଭ ଗବାନମହାନ୍ତି ପ୍ରମୁଖ କହିଛନ୍ତି l
ଏଣୁ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶର ନିଷ୍ପତ୍ତି ଅନୁଯାୟୀସୋମବାର ଓଡ଼ିଶାର ସମସ୍ତ ବ୍ଲକ୍ ଅଫିସ ସାମନାରେ ବିକ୍ଷୋଭ କରିଵା ସହିତ ମୁଖ୍ୟମନ୍ତ୍ରୀ ଓ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବହୁ ବିଜେପି ନେତା. ମହିଳା ନେତ୍ରୀ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories