ସ୍କାଉଟ ଓ ଗାଇଡ ପ୍ରତିଷ୍ଠା ଦିବସ ପାଳିତ

Udaya_Labanya | November 9, 2021 | 24 views |0 | Breaking News


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ ର ପ୍ରତିଷ୍ଠା ଦିବସ ନଭେମ୍ବର ୭ତାରିଖରେ ପାଳିତ ହୋଇଥାଏ ।ଚଳିତ ବର୍ଷ ବରଗଡ଼ ଜିଲ୍ଲା ରେ ଏହି ଦିବସ ର ମହତ ଉଦ୍ଦେଶ୍ୟକୁ ବ୍ୟାପକ କରିବା ପାଇଁ ଏହାକୁ ଦୁଇ ଦିନ ଧରି ପାଳନ କରାଯାଇଥିଲା। ଜାତୀୟ ବରିଷ୍ଠ ଉପ ସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ ଶ୍ରୀ କlଳିପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶରେ ଭାରପ୍ରlପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସ୍କାଉଟ ଗାଇଡ କମିଶନର ଶ୍ରୀ ରାଧାକାନ୍ତ ଛତ୍ରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲ୍ଲାର ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକରେ ଏହି ଦିବସ କୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଜରିଆରେ କରିଛନ୍ତି। ପ୍ରଥମ ଦିବସରେ ଭାରତ ତୁଝେ ସଲାମ, ଭାରତ ବାସୀଙ୍କୁ କୋଟି ପ୍ରଣାମ ଏହି ନାରl ଦେଇ କେଉଁଠି ସାଇକେଲ ରାଲି, କେଉଁଠି ପଦଯାତ୍ରା ତ ଆଉ କେଉଁଠି ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷରୋପଣ ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି।ମହିଳା ସଶକ୍ତିକରଣ ,ଏକତା,ଅଖଣ୍ଡତା ରକ୍ଷା କରିବା ପାଇଁ ପରସ୍ପର ମଧ୍ୟରେ ସହଯୋଗୀ ମନୋଭାବ ରଖିବା ଆଦି ଉପରେ ଗୁରୁତ୍ଵ ଦିଆଯାଇଥିଲା। ପ୍ରତିଷ୍ଠା ଦିବସର ଉଦଯାପନୀ ଦିବସରେ ଅତାବିରା ନୋଡାଲ ବିଦ୍ୟାଳୟରେ ସଚେତନତା ରାଳି, ,ଜିଲ୍ଲାସ୍ତରୀୟ ସମାଗମ ଓ ପରିଶେଷରେ ଅତାବିରା ଓ ଭେଡେନ ବ୍ଲକ ର ସ୍କାଉଟ୍ ମାଷ୍ଟର ,ଗାଇଡ କ୍ୟାପଟେନ ତଥା ସ୍କାଉଟ୍ ଓ ଗାଇଡ ମାନଙ୍କୁ ନେଇ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା ।ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମାଳୟା ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍କାଉଟ ଗାଇଡ ସମ୍ପାଦକ ତଥା ଶାରୀରିକ ଶିକ୍ଷା ଓ ଖେଳ ନିରୀକ୍ଷକ ଆଶୁତୋଷ ଦେ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସର୍ବଧର୍ମ ପ୍ରାର୍ଥନା ସଭାରେ ଗାଇଡ କ୍ୟାପଟେନ ଅନୁସୂୟା ଦେବତା ସର୍ବଧର୍ମ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଗାଇଡ କ୍ୟାପଟେନ ସରମା ନାଏକ ,ପୁଷ୍ପଲତା ନାଏକ,ଲକ୍ଷ୍ମୀ ମହାପାତ୍ର ,ଗିରିଜା ପ୍ରଧାନ, ସ୍କାଉଟ୍ ମାଷ୍ଟର କିଶୋର ସାହୁ, ଲବ ସାହୁ,ସୁଧାଂଶୁ ସାହୁ ,ବିଶ୍ଵନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଏହି ଦିବସର ଦ୍ଵିତୀୟ ପର୍ଯ୍ୟାୟରେ ସ୍କାଉଟ୍ ଗାଇଡ ମାନଙ୍କ ପାଇଁ ଅନଲାଇନ ପଞ୍ଜିକରଣ କାର୍ଯ୍ୟକ୍ରମ ଓ ଏଠି ନିମନ୍ତେ କର୍ମଶାଳା ର ଆୟୋଜନ ହୋଇଥିଲା।ଏହା ବ୍ୟତୀତ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ଏଥିରେ ସାମିଲ କରିବା ପାଇଁ ଆଜିଠାରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ଏହି ପଞ୍ଜିକରଣ ଚାଲୁ ରହିବ ।ଏହି ପଞ୍ଜିକରଣ ପାଇଁ କମ୍ପ୍ୟୁଟର ଡାଟା ଅପରେଟର ଭାବରେ ସ୍କାଉଟ ମାଷ୍ଟର ରମେଶ ସେଠ୍ ଓ ଭବାନୀ ଶଙ୍କର ସାହୁ ଙ୍କୁ ଜିଲ୍ଲା ସ୍ତରରୁ ନିଯୁକ୍ତି କରାଯାଇଛି। ଏହାପରେ ଜନ ସଚେତନତା ପାଇଁ ସ୍କାଉଟ ଗାଇଡ ମାନଙ୍କୁ ନେଇ ଏକ ସାଇକେଲ ରାଳି କରାଯାଇଥିଲା । ଭେଡେନ ତଥା ଅତାବିରା ବ୍ଲକ ର ସମସ୍ତ ସ୍କlଉଟ୍ ମାଷ୍ଟର ଗାଇଡ କ୍ୟାପଟେନ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories