#Breaking News

ଅପହଞ୍ଚ ଇଲାକାରେ ସ୍ବେଛାସେବୀ ଯୁବକ ଙ୍କ ଦ୍ୱାରା କମ୍ବଳ ବଣ୍ଟନ


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଶୀତରେ ଥରୁଛି ସମଗ୍ର କନ୍ଧମାଳ ଜିଲ୍ଲା, ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି ।ଏମିତିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଅପହଞ୍ଚ ଇଲାକା ନେଡିପଦର ଓ ଆଖପାଖ ଗ୍ରାମବାସୀଙ୍କ ନିକଟରେ ୟୁଥ୍ ଅଫ କନ୍ଧମାଳର କିଛି ସ୍ବେଛାସେବୀ ପହଂଚି ଲୋକଙ୍କୁ କମ୍ବଳ ପ୍ରଦାନ କରିଛନ୍ତି।ଯୁବକ ମାନଙ୍କ ଏପରି କାର୍ଯକ୍ରମ କୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଗୋଲକ କହଁର , ୟୁଥ୍ ଅଫ କନ୍ଧମାଳର ସଭାପତି ଅଂଶୁମାନ ପ୍ରିୟଦର୍ଶନ, ଟୁନା ଦିଗାଲ, ଅଚ୍ୟୁତ ଦିଗାଲ, ମାମୁଲି ଦିଗାଲ, ଲିଶା ଦିଗାଲ ଓ ପ୍ରମୋଦ ଦିଗାଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *