ଆଜିର ରାଶିଫଳ

Udaya_Labanya | November 10, 2021 | 59 views |0 | Vastu & Astrology


ଅଦ୍ୟ ନଭେମ୍ବର ମାସ ୧୦ ତାରିଖ ୨୦୨୧ ମସିହା(ବୁଧବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୯
ସମ୍ବତ୍ସର-ରାକ୍ଷସ
କାର୍ତ୍ତିକ- ଶୁକ୍ଳପକ୍ଷ
ତିଥି- ଷଷ୍ଠୀ ଦିବା ଘ ୦୮/୩୨ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ
ନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୪/୨୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣ।
ଚନ୍ଦ୍ର- ମକର
ଯୋଗ-ଶୂଳ
କରଣ – ତୈତିଳ
ସୌରମାସ- ତୁଳା ୨୫ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୫୬/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୦୧
*✧═════•❁❀
*ଯୋଗିନୀ ପଶ୍ଚିମେ ଦିବା ଘ ୦୮/୩୨ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ*
କର୍କଟ ରାଶିର ଘାତବାର
ସିଂହ ରାଶିର ଘାତଚନ୍ଦ୍ର
ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ -ଦିବା ଘ ୦୮/୪୪ ଗତେ ଘ୧୦/୦୮ ମଧ୍ୟେ
ବାରବେଳ।- ଦିବା ଘ ୧୧/୩୩ ଗତେ ଘ୧୨/୫୭ ମଧ୍ୟେ
══•❁❀❁•═══
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୪୪ ମଧ୍ୟେ ଓ ଘ ୦୭/୩୨ ଗତେ ଘ୦୮/୨୦ ମଧ୍ୟେ ଓ ରାତ୍ରି ଘ ୦୫/୫୪ ଗତେ ଘ୦୬/୪୨ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ୦୬/୪୪ ଗତେ ଘ୦୭/୩୦ ମଧ୍ୟେ ଓ ଘ ୦୧/୫୪ ଗତେ ଘ୦୪/୨୦ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ନିମ୍ବ ଦିବା ଘ ୦୮/୩୨ ଗତେ ତାଳ ଭକ୍ଷଣ ନିଷେଧ
ମେଷ : 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
✧═════•❁❀❁•═════✧
ବୃଷ : 👉ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
✧═════•❁❀❁•═════✧
ମିଥୁନ : 👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
✧═════•❁❀❁•═════✧
କର୍କଟ: 👉ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
✧═════•❁❀❁•═════✧
ସିଂହ : 👉ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
✧═════•❁❀❁•═════✧
କନ୍ୟା: 👉ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମ•ରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
✧═════•❁❀❁•═════✧
ତୁଳା :👉 ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
✧═════•❁❀❁•═════✧
ବିଛା :👉 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
✧═════•❁❀❁•═════✧
ଧନୁ : 👉ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
✧═════•❁❀❁•═════✧
ମକର : 👉ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
✧═════•❁❀❁•═════✧
କୁମ୍ଭ : 👉ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
✧═════•❁❀❁•═════✧
ମୀନ : 👉କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।
✧═════•❁❀❁•═════✧

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜିର ରାଶିଫଳ

Udaya_Labanya | January 29, 2022 | 47 views |0

ଅଦ୍ୟ ଜାନୁଆରୀ ମାସ ୨୯ ତାରିଖ ୨୦୨୨ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାଘ- କୃଷ୍ଣପକ୍ଷତିଥି- ଦ୍ୱାଦଶି ରାତ୍ରି ଘ ୦୮/୨୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ମୂଳା ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼।ଚନ୍ଦ୍ର- ଧନୁଯୋଗ-ବ୍ୟାଘାତକରଣ - କୌଳବସୌରମାସ- ମକର ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ…

ଆଜିର ରାଶିଫଳ

Udaya_Labanya | January 17, 2022 | 54 views | 0

ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୨ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସପୌଷ- ଶୁକ୍ଳପକ୍ଷତିଥି- ପୂର୍ଣ୍ଣିମା ରାତ୍ରି ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୫/୧୪ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାଚନ୍ଦ୍ର- ମିଥୁନ ରାତ୍ରି ଘ ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ…

Leave a Reply

Your email address will not be published. Required fields are marked *

Archives

Categories