#Breaking News

ଆପପକ୍ଷରୁ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କାର୍ଯ୍ୟାଳରେ ଦାବିପତ୍ର

ଢେଙ୍କାନାଳ(ଉଲାପ୍ର)
ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦର ଦାମ ଓ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l


ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ କର୍ମୀମାନେ ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି ଦେଇ ବସ ଷ୍ଟାଣ୍ଡ ସ୍ଥିତ ସହିଦ ସ୍ତମ୍ଭ, ମହାତ୍ମା ଗାନ୍ଧୀ ଏବଂ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ପଣ୍ଡା, ପର୍ଶୁରାମ ମହାଭୋଇ, ରାଜୀବ କର, ଲକ୍ଷ୍ମଣ ନାଏକ ସନାତନ ନାଏକ, ହେମନ୍ତ ଧଳ, ଲଳିତ ମୋହନ ବେହେରା, ବିନୟ ସାହୁ, ସଦସ୍ୟ ଡମ୍ବରୁଧର ନାଏକ, ବିନି ଦେହୁରୀ, ମାଳତୀ ଦେହୁରୀ ଲିଙ୍ଗରାଜ ସାହୁ, ଶେଷ ଦେବ ଜେନା, ଅମୁଲ୍ୟ ଗୋଛାୟତ, ବାସନ୍ତୀ ସ୍ୱାଇଁ, ସ୍ମୃତି ରଞ୍ଜନ ଜେନା, ମନୋଜ ଜେନା, ବାବୁଲା ଖିଲାର, ଗୋବିନ୍ଦ ନାଏକ, ପ୍ରଭାତ କୁମାର ମହାପାତ୍ର, ଅଭିରାମ ସେଠି, କୁନା ନାଏକ, ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *