#Breaking News

ପୋଲିସ ର ଅପାରଗତା, ଅତାବିରା ବନ୍ଦ


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ) ଅତାବିରା ସ୍ଥିତ ମାଁ ଦୂର୍ଗା ଙ୍କ ମନ୍ଦିର ରୁ ଚୋରି ଘଟଣା ର ପୋଲିସ ଏ ପର୍ଯ୍ୟନ୍ତ କୌଣସି ଟେର ନପାଇବା, ପ୍ରତିବାଦରେ ଅତାବିରା ବାସୀ ସହରରେ ବନ୍ଦ ପାଳନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨ ତାରିଖ ରାତିରେ ଅତାବିରା ର ମାଁ ଦୂର୍ଗା ଙ୍କ ମନ୍ଦିର ରେ ଅଳଙ୍କାର ଆଦି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା। ଏ ସଂକ୍ରାନ୍ତରେ ଅତାବିରା ପୋଲିସ ରେ ମନ୍ଦିର କମିଟି ପକ୍ଷରୁ ଏତଲା ଦିଆଯାଇଥିଲା। ପୋଲିସ କେଶ ଋଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରି ସାମଗ୍ରୀ କିମ୍ବା ଚୋର ର ଏକ ପର୍ଯ୍ୟନ୍ତ ଟେର ପାଇଁ ପାରି ନାହିଁ। ପୋଲିସ ତଦନ୍ତରେ ଶିତଳତା ଏବଂ ମନ୍ଦିରର ସିସିଟିଭି ଫୁଟେଜ ପ୍ରଦାନ କରାଯାଇଥିଲା ମଧ୍ୟ କୈାଣସି ସଫଳତା ନମିଳିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଆଜି ଅତାବିରା ସହରାଞ୍ଚଳରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା।

Leave a comment

Your email address will not be published. Required fields are marked *