ବାଲିଗୁଡା : ତାଲୁକା ଆଇନ ସେବା ପକ୍ଷରୁ ଶ୍ରମିକ କାର୍ଡ ରେଜିଷ୍ଟ୍ରେସନ

Udaya_Labanya | November 10, 2021 | 24 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତାଲୁକା ଆଇନ ସେବା କମିଟି ପକ୍ଷରୁ ଦାରିଙ୍ଗବାଡ଼ି କୋର୍ଟ ପରିସର ମଧ୍ୟରେ କୋଠାବାଡ଼ି ଓ ନିର୍ମାଣ ବିଭାଗର ଶ୍ରମିକ କାର୍ଡ ନିମନ୍ତେ ରେଜିଷ୍ଟ୍ରେସନ ହୋଇଯାଇଛି । ପ୍ରଥମ ଶ୍ରେଣୀ ବିଚାର ବିଭାଗର ବିଚାରପତି ତଥା ତାଲୁକା ଆଇନ ସେବା କମିଟିର ଅଧକ୍ଷ ଗଗନ ସାହୁଙ୍କ ତତ୍ୱାବଧାନ କ୍ରମେ ଜିଲ୍ଲା ଶ୍ରମ କାର୍ଯ୍ୟଳୟର ଶ୍ରମ ନିରୀକ୍ଷକ ସୁଧୀର ସାହୁ, ଡ଼ିଇଓ ସୌମ୍ୟରଞ୍ଜନ ଦାଶଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁ ୮୦ ଜଣ ଶ୍ରମିକ ନିଜର ଶ୍ରମିକ କାର୍ଡ ପାଇଁ ରେଜିଷ୍ଟ୍ରେସନ କରିଥିଲେ । ତାଲୁକା ଆଇନ ସେବାର ସମ୍ପାଦକ ସୁସେନ ମାଝୀ, ଓକିଲ ସଂଘ ସଭାପତି ପ୍ରଦୀପ ସାହୁ, ସମ୍ପାଦକ ଚନ୍ଦ୍ରମଣି ପ୍ରଧାନ, ମନୋଜ ପଣ୍ଡା, ପ୍ରବିର ସାହୁ, ଉମେଶ କର, ରଞ୍ଜିତ ମନ୍ତ୍ରୀ, ଦିଲୀପ ବଳିଆରସିଂ, ସରକାରୀ ଓକିଲ ସୁରେଶ ପାତ୍ର ସମେତ ଜାଗୃତି କର୍ମଚାରୀ ସହଯୋଗ କରିଥିଲେ ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories