ରତ୍ନପ୍ରସାଦ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ : ଭଞ୍ଜନଗର ଦଳ ଚମ୍ପିୟାନ

Udaya_Labanya | November 10, 2021 | 33 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର ସୁନାମ ଧନ୍ୟ କ୍ରୀଡାବିତ ରତ୍ନପ୍ରସାଦ ସିଂଦେଓ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲିଗୁଡା କବାଡି ସଂଘ ପକ୍ଷରୁ ବାଲିଗୁଡା ମିନିଷ୍ଟାଡିୟମ ରେ ଚଳିତ ୫ ତାରିଖରୁ ଚାଲିଥିବା ରତ୍ନପ୍ରସାଦ ସିଂଦେଓ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଜ଼ିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ବାଲିଗୁଡା ବିଡ଼ିଓ ଡ଼.ଜୟଦେବ ଷଡ଼ଙ୍ଗୀ, ଉପଖଣ୍ଡ କ୍ରୀଡା ସଂଘ ସମ୍ପାଦକ ଡ଼.ସୁଶାନ୍ତକୁମାର ଦାସ, ବଣିକ ସଂଘର ସଭାପତି ଶ୍ୟାମ ସୁନ୍ଦର ପାତ୍ର ପ୍ରମୁଖ ମଂଚାସୀନ ଥିଲେ l ଏହି ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ରେ ସମୁଦାୟ ଷୋହଳ ଗୋଟି ଦଳ ଅଂଶଗ୍ରହଣ କରିଥିଲେ l ସେଥିମଧ୍ୟରୁ ବୁଗୁଡ଼ା ଓ ଭଞ୍ଜନଗର ଦଳ ଫାଇନାଲ କୁ ଉନ୍ନତି ହୋଇଥିଲେ l ଫାଇନାଲ ମ୍ୟାଚ ପୂର୍ଵରୁ ବାଲିଗୁଡା ଓ ରାଇକିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମହିଳା କବାଡି ପ୍ରତିଯୋଗିତାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ l ଫାଇନାଲ ମ୍ୟାଚ ପୂର୍ବରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ଓ ସିଂଦେଓ ପରିବାର ସ୍ବର୍ଗତଃ ରତ୍ନପ୍ରସାଦ ସିଂଦେଓ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ରତ୍ନ ପ୍ରସାଦଙ୍କ ସ୍ବର୍ଗତଃ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଭଞ୍ଜନଗର ଦଳ ବିଜୟୀ ହୋଇଥିଲେ l ବିଜେତା ଭଞ୍ଜନଗର ଦଳକୁ ଟ୍ରଫି ସହିତ ନଗଦ ଏକୋଇଶି ହଜାର ଶହେଏଗାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇ ଥିବା ବେଳେ ଉପ ବିଜେତା ବୁଗୁଡ଼ା ଦଳକୁ ପନ୍ଦରହଜାର ଶହେ ପନ୍ଦର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା l ଆୟୋଜକ ବାଲିଗୁଡା କବାଡି ସଂଘର ସଭାପତି ସୁରେନ୍ଦ୍ର କୁମାର ପାତ୍ର, ସମ୍ପାଦକ ଦେବବ୍ରତ୍ତ ସିଂଦେଓ ସମେତ ସମସ୍ତ କମିଟି ସଫଳ ଆୟୋଜନ କରିଥିଲେ l ପ୍ରତ୍ୟେକ ବର୍ଷ ଏହିଭଳି ଭାବେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆୟୋଜନ କରି ବାଲିଗୁଡାକୁ କବାଡିର ହବ ସୃଷ୍ଟି ପାଇଁ ପ୍ରୟାସ କରାଯିବ ବୋଲି ସମ୍ପାଦକ ଦେବବ୍ରତ୍ତ ସିଂଦେଓ ପ୍ରକାଶ କରିଥିଲେ l ଜ଼ିଲ୍ଲାତଥା ଜ଼ିଲ୍ଲା ବାହାରର ସୁନାମଧନ୍ୟ ରେଫରୀ ବରିଷ୍ଠ କ୍ରୀଡାବିତ ତଥା ସଫଳ ଉଦଘୋଷକ ତୀର୍ଥବାସୀ ଘଡ଼ାଇ ସୁନ୍ଦର ଭାବେ ଖେଳକୁ ପରିଚାଳନା କରିଥିଲେ l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories