ପୁରୁଣା ପ୍ରତିଶ୍ରୁତି ର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ଆମ୍ ଆଦମୀ ପାର୍ଟି

Udaya_Labanya | November 11, 2021 | 23 views |0 | Breaking News


ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)
ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଳା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ କେତୋଟି ଗୁରୁତ୍ୱପୂର୍ଣ ପ୍ରଶ୍ନ କରାଯାଇଛି ।ବରଗଡ଼ ଚିନିକଳ ପାଇଁ ଘୋଷଣା ହୋଇଥିବା ୧୧ କୋଟି ଟଙ୍କା କେବେ ମିଳିବ ?ବିଜେପୁର ଉପନିର୍ବାଚନ ପୂର୍ବରୁ ଦେଇ ଥିବା ପ୍ରତିଶ୍ରୁତି ବରପାଲି ଓଭର ବ୍ରିଜ ନିର୍ମାଣ କେବେ ଶେଷ ହେବ ? ବରଗଡ଼ ପୁରୁଣା ହସ୍ପିଟାଲ
କେବେ ପୂର୍ଣ୍ଣାଙ୍ଗ ସିଏଚସି ହେବ ?ସେହିପରି କ୍ୟାନ୍ସର ହସ୍ପିଟାଲ ଶିଳାନ୍ୟାସ କାହିଁକି ଅଟକି ଗଲା ବୋଲି ଜିଲ୍ଲା ଆବାହକ ପ୍ରଶ୍ନ କରିଛନ୍ତି । ସେହିପରି ଜିଲ୍ଲାରେ ଉତ୍କଟ ମରୁଡ଼ି ଘୋଷଣା କେବେ କରିବେ ? ଜିଲ୍ଲାର ବନ୍ଦ ପଡିଥିବା ୨୭୩ ଟି ସରକାରୀ ସ୍କୁଲ କେବେ ଖୋଲିବେ ? ବସ୍ତି ବାସିନ୍ଧା ଓ ଭୂମିହୀନ ପରିବାର କୁ ଜମି ଅଧି କାର କେବେ ଦେବେ ? ବରଗଡ଼ ଜିଲ୍ଲାର ସମସ୍ତ ଡାକ୍ତରଖାନା ରେ ଖାଲି ପଡି ଥିବା ଡାକ୍ତର ଓ ଷ୍ଟାଫ ନିଯୁକ୍ତି କେବେ ହବ ? ଜିଲ୍ଲାର ବିରୋଜଗାର ଯୁବକ ଯୁବତୀ ଙ୍କୁ ଚାକିରୀ କେବେ ମିଳିବ ବୋଲି ଆପ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରାଯାଇଛି । ଅନ୍ୟତମ ସଦସ୍ୟ ମାନଙ୍କ ମଧ୍ୟରେ ଆଡ଼ଭୋକେଟ ରମେଶ ପତି, ବରଗଡ଼ ଜିଲ୍ଳା ସମ୍ପାଦିକା ମରିୟମ ବାର୍ଲା, ଅଲିମ ରିଜବି, ଦିଲ୍ଲୀପ ବାର୍ଲା , ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ଅସିତ ସାହୁ, ସୁଦାମ ସାହୁ ମଞ୍ଚାସୀନ ଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 3 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 8 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories