#Breaking News

କଂଗ୍ରେସ ଦଳ ପକ୍ଷରୁ ଆଠଗଡ଼ ରେ ଶାନ୍ତିପୂର୍ଣ୍ଣ ହରତାଳ ଓ ବନ୍ଦ

ଆଠଗଡ(ଉଲାପ୍ର) ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ତଥା ସନ୍ଦିଗ୍ଧ ଅପରାଧୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ଆଠଗଡ କଂଗ୍ରେସ ଦଳ ପକ୍ଷରୁ ହରତାଳ କରାଯାଇଥିଲା। ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ ଓ ପରାମର୍ଶ କ୍ରମେ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଯାଇ ଦଳର ନେତା ଓ କର୍ମୀ ମାନେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ଦୋକାନ ବଜାର ବନ୍ଦ ରଖିବାକୁ ନିବେଦନ କରିଥିଲେ।ଏହି ଅବସରରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ

କାର୍ଯ୍ୟାଳୟରୁ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ସହର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଆଠଗଡ ବ୍ଲକ୍ କଂଗ୍ରେସ କମିଟି ସଭାପତି ସୁଦର୍ଶନ ସାହୁ,ଆଠଗଡ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା,ଆଠଗଡ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ,ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ମନୋରଂଜନ ପଟ୍ଟନାୟକ,ସମ୍ପାଦକ ପ୍ରଶାନ୍ତ ବେହେରା,କଂଗ୍ରେସ ନେତା ମଙ୍ଗୁଳି ଚରଣ ପାଣି,ପ୍ରକାଶ ଚନ୍ଦ୍ର ପୁହାଣ,ଗଦାଧର ରାଉତ,ରବୀନ୍ଦ୍ର ଗଣ୍ଠିଆ,ଗଣେଶ୍ୱର ସ୍ବାଇଁ,ପ୍ରତାପ ପରିଡ଼ା,ଶରତ ଚନ୍ଦ୍ର ଦାଶ,ଅଶୋକ ତ୍ରିପାଠୀ,ଅଶୋକ କୁମାର ପ୍ରଧାନ, ବିପିନ୍ ମହାପାତ୍ର ପ୍ରମୁଖ ଦଳର କର୍ମକର୍ତ୍ତା ଓ କର୍ମୀଙ୍କ ସମେତ ବହୁ କଂଗ୍ରେସ ପ୍ରେମୀ ହରତାଳରେ ସାମିଲ ହୋଇଥିଲେ।

Leave a comment

Your email address will not be published. Required fields are marked *