କଂଗ୍ରେସ ର ୬ଘଣ୍ଟିଆ ବନ୍ଦ ପାଳନ

Udaya_Labanya | November 12, 2021 | 28 views |0 | Breaking News


ବରଗଡ଼ ( ସତ୍ୟ ନାରାୟଣ ପ୍ରଧାନ) ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, ରାଜ୍ୟ ସରକାର ଙ୍କ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି, ବରଗଡ଼ ତୋରା ଗ୍ରାମ ପଞ୍ଚାୟତ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ତଦନ୍ତରେ ଶିତିଳତା ପ୍ରତିବାଦରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଥିଲା। ରାଜ୍ୟ କଂଗ୍ରେସ ର ଆହ୍ବାନ କ୍ରମେ ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଦର ମହକୁମା ସ୍ଥିତ ଗାନ୍ଧୀ ଛକ ଠାରେ ରାସ୍ତା ରୋକ ଆନ୍ଦୋଳନ କରିଥିଲେ। ସେହିଭଳି କଂଗ୍ରେସ ବନ୍ଦ୍ ଡାକରା ଯୋଗୁଁ ୬ଘଣ୍ଟା ଧରି ଜନ ଜୀବନ ଠପ୍ ହୋଇଯାଇଥିଲା। ସ୍ବତ୍ତପୂର୍ତ୍ତ ଭାବେ ସରକାରୀ ବେସରକାରୀ ଅଫିସ୍, ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ଜିଲ୍ଲା କଂଗ୍ରେସ ର ନେତା ନିପନ ଦାଶ, ପ୍ରତାପ ନାଏକ, ପାଣ୍ଡବ କର୍ଣ୍ଣ ପ୍ରମୁଖ ବନ୍ଦର ନେତୃତ୍ବ ନେଇଥିଲେ। ଅତାବିରା ଠାରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ବରେ କର୍ମୀମାନେ ବନ୍ଦ୍ କରିଥିଲି। ସେଠାରେ ମଧ୍ୟ ସକାଳୁ ଦିନ ୧୨ ଟା ପର୍ଯ୍ୟନ୍ତ ଅଫିସ, ଦୋକାନ ବଜାର ବନ୍ଦ ରହିଥିବା ପରିଲକ୍ଷିତ ହୋଇଥିଲା। ବରପାଲି, ଭଟଲି, ଅମ୍ବାଭୋନା ବ୍ଲକ ଅଞ୍ଚଳ ରେ ମଧ୍ୟ ବନ୍ଦ ପାଳନ ର ପ୍ରଭାବ ଦେଖିବାକୁ ମିଳିଥିଲା।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories