#Breaking News

ବରଗଡ଼ ରେ ମାଳ ମାଳ ନେତା


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ଆସନ୍ତା କାଲି ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବରଗଡ଼ ଜିଲ୍ଲା ଗସ୍ତ କ୍ରମେ ଆଜି ସକାଳୁ ବରଗଡ଼ ସହରରେ ମାଳ ମାଳ ନେତା ଙ୍କ ସମାଗମ ଦେଖିବାକୁ ମିଳିଥିଲା। ସେହିପରି ସୋହେଲା ଏବଂ ବରପାଲି ଠାରେ ମଧ୍ୟ ସ୍ଥାନୀୟ ଓ ଉପକୁଳିଆ ନେତା ମୁଖ୍ୟ ମନ୍ତ୍ରୀ ଙ୍କ ଗସ୍ତକୁ ସଫଳ କରିବାକୁ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରୁଛନ୍ତି। ଆଜି ସକାଳୁ ବରଗଡ଼ ବନ୍ଦ ପାଳନ ଯୋଗୁଁ ବିଭିନ୍ନ ହୋଟେଲ ଆଦି ରେ ନିଜ ସହଯୋଗୀ ଙ୍କ ସହ ନେତା ମାନେ ଆଲୋଚନା ରେ ବ୍ୟସ୍ତ ରହିଥିଲେ। ସେହିପରି ସଭା ସ୍ଥଳ ବିଜେପୁର ବ୍ଲକ ଏମ ଗଣ୍ଡପାଲି ପଡ଼ିଆରେ ଜିଲ୍ଲା ପ୍ରଶାସନ ସହ ନେତା ମାନେ ମଧ୍ୟ ଉପସ୍ଥିତି ପରିଲକ୍ଷିତ ହେଉଛି। ଅପରପକ୍ଷରେ ସଭା ସ୍ଥଳରେ ପ୍ରବେଶ ପାଇଁ ସ୍ଵଳ୍ପ ଅତିଥି ନିମତ୍ରିତ ହୋଇଥିବା ବେଳେ ସାମ୍ବାଦିକ ମାନଙ୍କୁ ମଧ୍ୟ କଟକଣା ଲଗାଯାଇଛି। ଗତକାଲି ସାମ୍ବାଦିକ ମାନଙ୍କ ଆରଟିପିସିଆର ଟେଷ୍ଟ ହୋଇଥିବା ବେଳେ ସଭା ସ୍ଥଳକୁ ନିଜ କ୍ୟାମେରା ନେବାକୁ ବାରଣ କରାଯାଇଛି। ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀ ମାନଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାବା ସହ ଜିଲ୍ଲା ରେ ବିଭିନ୍ନ ଜନ ହିତକାରୀ କାର୍ଯ୍ୟ ର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଭାର୍ଚୁଆଲ ମୋଡ କରିବାର କାର୍ଯ୍ୟକ୍ରମ ରହିଛି।

Leave a comment

Your email address will not be published. Required fields are marked *