ବାଲିଗୁଡା ରେ କଂଗ୍ରେସର ବନ୍ଦ ପାଳନ : ଆଂଶିକ ପ୍ରଭାବ ଗାଡି ଚଳାଚଳ ବନ୍ଦ: ଦୋକାନ ବଜାର ଖୋଲା

Udaya_Labanya | November 12, 2021 | 20 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଥମୁନି ମମିତା ମେହେର ଙ୍କ ହତ୍ୟା ପ୍ରସଙ୍ଗ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବୀ ରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛି ଏହି କ୍ରମରେ ବାଲିଗୁଡା ରେ କଂଗ୍ରେସ କର୍ମୀ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛି l ସୁରକ୍ଷା ଦୃଷ୍ଟି ରୁ ବାଲିଗୁଡା ରେ ଘରୋଇ ବସମାଲିକ ସଂଘ ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି l ସ୍ଥାନୀୟ ଲୋକେ ବି କଂଗ୍ରେସ କୁ ସମର୍ଥନ ଜଣାଇଛନ୍ତି l କିନ୍ତୁ ବାଲିଗୁଡା ବଣିକ ସଂଘ ସମର୍ଥନ ଜଣାଇ ନଥିବା ଦେଖିବାକୁ ମିଳିଛି l ବାଲିଗୁଡା ରେ ବସ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି l କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତି ଉପୁଜିନାହିଁ l କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories