#Breaking News

ବରଗଡ଼ ଜିଲ୍ଲା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଯୋଜନା ରେ ସାମିଲ ହେଲା, ଜିଲ୍ଲା ରେ ୩ଲକ୍ଷ ୬୪ ହଜାର ହୀତାଧିକାରୀ ପାଇବେ ଏହି ସୁବିଧା; ୭୧ ସ୍କୁଲ ହେଲା ରୁପାନ୍ତିକରଣ ଯୋଜନା ରେ ସାମିଲ


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ର ମାଟି ହେଉଛି ମାଁ ଲକ୍ଷ୍ମୀ ଙ୍କ ପବିତ୍ର ଭୂମି। ଓଡ଼ିଶାର ଭାତ ହାଣ୍ଡି। ବରଗଡ଼ ଜିଲ୍ଲାର ବୁଣାକାର ମାନେ ମଧ୍ୟ ଚାଷୀ ଭାଇଙ୍କ ପରି ଦକ୍ଷ। ବରଗଡ଼ ର ବୁଣାକାର ସାରା ବିଶ୍ବକୁ ସମ୍ବଲପୁରୀ ଶାଢ଼ୀ ଉପହାର ଦେଇଛନ୍ତି। ବରଗଡ଼ ଜିଲ୍ଲାର ଚାଷୀ ଓ ବୁଣାକାର ମାନଙ୍କ ଦକ୍ଷତା ମୋର ରାଜ୍ୟର ପ୍ରମାଣ ବୋଲି କହିଥିଲେ। ଆଜି ବିଜେପୁର ଏମ ଗଣ୍ଡପାଲି ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ ହେଲ୍ଥ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ,ଓ ଜିଲ୍ଲା ର ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରି ଭାର୍ଚୁଆଲ

ମାଧ୍ୟମରେ ଉଦବୋଧନ ଦେଇଥିଲେ। ଏଥିରେ ଜିଲ୍ଲା ର ହିତାଧିକାରୀ ମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରି କହିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଅଟେ। ଜିଲ୍ଲା ରେ ୩ଲକ୍ଷ ୬୪ ହଜାର ଲୋକ ଏହି ସୁବିଧା ପାଇବେ। ଆଜି ବରଗଡ଼ ଜିଲ୍ଲା ସହ ରାଜ୍ୟ ର ୧୧ ଟି ଜିଲ୍ଲା କୁ ଏହି ଯୋଜନାରେ ସାମିଲ କରାଗଲାଣି। ସ୍ମାର୍ଟ୍ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାର ର ୩ କୋଟି ଲୋକ ଉପକୃତ

ହୋଇପାରିବେ। ଏହା ଦ୍ବାରା ଆମ ରାଜ୍ୟ ର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆର୍ଥିକ ସମସ୍ୟା ରୁ ମୁକ୍ତି ହୋଇପାରିବେ। ଲୋକେ ସ୍ବାସ୍ଥ୍ୟ ସମସ୍ୟା ରେ ରହିଲେ ଚିନ୍ତିତ ହୋଇପଡନ୍ତି। ନିଜ କଷ୍ଟ ଉପାର୍ଜିତ ଘରଦ୍ୱାର, ଜମିବାଡ଼ି ବିକ୍ରି କରୁଛନ୍ତି। ପିଲାଙ୍କ ପିଠାପଢା ମଧ୍ୟ ବନ୍ଦ ହୋଇ ଯାଉଛି। ରାଜ୍ୟ ବିହୀନ ଙ୍କ ଏହି ସମସ୍ୟା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୈାଣସି ଅସୁବିଧା ରେ କାର୍ଡ ଖଣ୍ଡିକ ଧରି ଦେଶର ୨୦୦ ଟି ବଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇପାରିବେ ଏଥିପାଇଁ ତାଙ୍କୁ ଟଙ୍କା ଟିଏ ମଧ୍ୟ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ସେ କହିଥିଲେ ଯେ ବିଜେପୁର ନିର୍ବାଚନ ମଣ୍ଡଳୀ ସମେତ ଏବେ ଜିଲ୍ଲା ରେ ସରକାର ଙ୍କ ଦ୍ଵାରା ୨୫୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ଅଟେ। ଏହି ପ୍ରକଳ୍ପ ଆସନ୍ତା ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ ଏବଂ ଚାଷୀ ମାନେ ଚାଷ ପାଇଁ ପାଣି ପାଇପାରିବେ।


ଏହି ଅବସରରେ ଜିଲ୍ଲା ରେ ୨୯୫ କୋଟି ୯ ଲକ୍ଷ ଟଙ୍କା ର ସ୍ବାସ୍ଥ୍ୟ, କ୍ରୀଡା, ଶିକ୍ଷା ର ବିଭିନ୍ନ ପ୍ରକଳ୍ପ ର ଭାର୍ଚୁଆଲ ମୋଡରେ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏଥିମଧ୍ୟରେ ୪୨ ଟି ପ୍ରକଳ୍ପ ପାଇଁ ୨୭୯.୬୬ କୋଟି ଟଙ୍କା ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି ୧୧୫.୪୩ କୋଟି ବ୍ୟୟରେ ନିର୍ମିତ ୧୦୫ଟି ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିଥିଲେ। ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭୧ ବିଦ୍ୟାଳୟ କୁ ୫ଟି ଯୋଜନା ଅନ୍ତର୍ଗତ ରୁପନ୍ତିକରଣକୁ ଉଦଘାଟନ କରିଥିଲେ। ପୂର୍ବତନ ବିଧାୟକ ତଥା ମୋ କଲେଜ ଯୋଜନା ର ଅଧ୍ୟକ୍ଷ ଆକାଶ ଦାଶ ନାଏକଙ୍କ ପରିଚାଳନା ଅନୁଷ୍ଠିତ ସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାଶ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉଦବୋଧନ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସ୍ବାଗତ ଭାଷଣ ଦେଇଥିବା ବେଳେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। ୫ଟି ସଚିବ ଭିକେ ପାଣ୍ଡିଆନ ମଞ୍ଚାସୀନ ଥିଲେ। ସଭା ସ୍ଥଳରେ ବିଧାୟକ ପ୍ରଣବ ଦାଶ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ଟୁକୁନି ସାହୁ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ଆରଡିସି ଦୀପକ କୁମାର,ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *